ଅପରାଧ ରାଜ୍ୟ

ପୁଲିସ ପୋଷାକରେ ମାତିଲେ ଲୁଟେରା: ଫେରିଲା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌

କଟକ : କଟକ ସହରକୁ ପୁଣି ପଶି ଆସିଛନ୍ତି ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌। ଏହାର କାର୍ପଟଦାର ଜାଭେଦ୍‌ ଅଲ୍ଲି ଏବ˚ ସାଦିକ୍‌ ଅଲ୍ଲୀ ପୁଲିସ ପୋଷାକରେ ନକଲି ପରିଚୟପତ୍ର ବ୍ୟବହାର କରି ବୟସ୍କ ଲୋକଙ୍କ ନିକଟରୁ ସୁନା ଅଳଙ୍କାର ଲୁଟିନେଉଛନ୍ତି। ବର୍ଷ ଶେଷରେ ଏହି ଗ୍ୟାଙ୍ଗ୍‌ ଲାଲବାଗ ଥାନା ଅଞ୍ଚଳରେ ପ୍ରଥମ ଶିକାର କରିଛି। ଉଭୟ ଜେଲ୍‌ରୁ ଫେରିଥିବାରୁ ସହରରେ ଆତଙ୍କ ସୃଷ୍ଟି ହୋଇଛି।

ଓଡ଼ିଶାରେ ଦୀର୍ଘ ୭ ବର୍ଷ ହେବ ପୁଲିସ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀ ପରିଚୟରେ ସୁନା ଅଳଙ୍କାର ଲୁଟୁଥିବା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌ର ଦୁଇ କରିତ୍‌କର୍ମା; ଜାଭେଦ୍‌ ଅଲ୍ଲି ଏବ˚ ସାଦିକ୍‌ ଅଲ୍ଲୀଙ୍କୁ ଶେଷଥର ପାଇଁ ମାଲଗୋଦାମ ଥାନା ପୁଲିସ ୨୦୧୯, ଜୁନ ୧୧ ତାରିଖରେ ଗିରଫ କରିଥିଲା। ଏମାନେ ଜେଲ୍‌ରୁ ଫେରିବା ପରେ ପୁଣି ଆତଙ୍କରାଜ ସୃଷ୍ଟି କରିଛନ୍ତି। ଲାଲବାଗ ଥାନା ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଜଣେ ବୃଦ୍ଧା ସରସ୍ବତୀ ମହାରଣାଙ୍କ ନିକଟରୁ ପ୍ରାୟ ଏକ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଡେଙ୍ଗା ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ବୃଦ୍ଧା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ପରେ ଚଳିତବର୍ଷ ପୁଣି ଏହି ଗ୍ୟାଙ୍ଗ୍ କଟକ ସହରକୁ ପଶିଆସିଥିବାରୁ ଆତଙ୍କ ସୃଷ୍ଟି ହୋଇଛି।

ଜାଭେଦ୍ ଓ ସାଦିକ୍ ମଧ୍ୟପ୍ରଦେଶ ସିଙ୍ଗିରାଲିର ବାସିନ୍ଦା ହୋଇଥିବା ବେଳେ ଏମାନଙ୍କ ସହିତ ପ୍ରାୟ ୫ ଜଣ ସଦସ୍ୟ କାମ କରୁଛନ୍ତି। ଗଲା ୭ ବର୍ଷ ଭିତରେ ଓଡ଼ିଶାରୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କଟକ କମିସନରେଟ୍‌ ପୁଲିସରେ ୨୦୧୮ରୁ ୨୦୨୦ ଭିତରେ ୧୪ଟି ଲୁଟ୍‌ ମାମଲା ସେମାନଙ୍କ ବିରୋଧରେ ରୁଜୁ ହୋଇଛି। ଏମାନେ ମୁଖ୍ୟତଃ ସିଡିଏ, ବିଡାନାସୀ, ମାଲଗୋଦାମ, କଲେଜ ଛକ, ବାଦାମବାଡ଼ି ସମେତ ଭୁବନେଶ୍ବରରେ ନୟାପଲ୍ଲୀ, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଅଞ୍ଚଳରେ ଲୁଟପାଟ୍ କରୁଛନ୍ତି। ଏମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ପୁଲିସ ବାବୁଙ୍କ ଭଳି ଚୁଟି କାଟିଛନ୍ତି। ନିଜ ପାଖରେ ପୁଲିସ ଓ ଇଡି ଅଧିକାରୀ ନାଁରେ ନକଲି ପରିଚୟପତ୍ର ବି ରଖୁଛନ୍ତି।

ଗ୍ୟାଙ୍ଗ୍‌ର ସଦସ୍ୟମାନେ ଓଡ଼ିଶା ସମେତ ପଡେ଼ାଶୀ ପଶ୍ଚିମବଙ୍ଗ ଏବ˚ ବିହାରରେ ମଧ୍ୟ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ମହାରାଷ୍ଟ୍ର ଅମରାବତି ଜିଲ୍ଲା ବଧିନିରାର ବବୁଲ ଓରଫ ସଚିନ୍‌ ପାଵାର୍‌କୁ ଚୌଦ୍ବାର ଥାନା ପୁଲିସ ପିଛା କରି ନରାଜ ନିକଟରେ ୨୦୧୯ ଡିସେମ୍ବର ୧୧ ତାରିଖରେ ଏନକାଉଣ୍ଟର୍‌ କରିଥିଲା। ଜାଭେଦ୍‌ ଅଲ୍ଲି ଏବ˚ ସାଦିକ୍‌ ଅଲ୍ଲୀ ଏବେ ଖୋଲାରେ ବୁଲୁଥିବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ନହେଲେ ବରିଷ୍ଠ ନାଗିରକମାନେ ସିରିଜ୍ ଲୁଟ୍‌ର ଶିକାର ହେବାର ଯଥେଷ୍ଟ ଆଶଙ୍କା ଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।