ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୁଣା ଗାଡ଼ି ପାଇଁ ନୂଆ ନିୟମ

କଟକ : ଭିଣ୍ଟେଜ୍ ବା ୫୦ବର୍ଷରୁ ଅଧିକ ପୁରାତନ ଭିଣ୍ଟେଜ୍ (ବିରଳ, ମୂଲ୍ୟବାନ, ପୁରୁଣା ଗାଡି) ଏଣିକି ଅଳିଆ ଗଦାକୁ ଯିବନାହିଁ। ଏହି ଭିଣ୍ଟେଜ୍ ଗାଡ଼ିଗୁଡିକୁ ଆଉ ସ୍କ୍ରାପ୍‌ରେ ବିକ୍ରି କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ରାଜପଥ ମନ୍ତ୍ରାଳୟ (ମୋରଥ) ଭିଣ୍ଟେଜ୍ ଗାଡ଼ିଗୁଡିକର ପଞ୍ଜୀକରଣ ପାଇଁ ଅନୁମତି ଦେବାପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିଛି।

ଭିଣ୍ଟେଜ୍ ଗାଡ଼ିର ମାଲିକ ଯାନର ଐତିହ୍ୟକୁ ସଂରକ୍ଷିତ ତଥା ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସିଏମଭି ନିୟମ ୧୯୮୯ ଆଧାରରେ ଭିଣ୍ଟେଜ୍ ଗାଡ଼ିଗୁଡିକର ପଞ୍ଜୀକରଣ ଅନୁମତି ପ୍ରଦାନ କରିଛି। ଓଡ଼ିଶା ପରିବହନ ବିଭାଗ ଏଥିପାଇଁ ଭିଣ୍ଟେଜ୍ ପଞ୍ଜୀକରଣ ମାର୍କ ଭିଏ ସିରିଜ୍ ସହିତ ଭିଣ୍ଟେଜ୍ ଗାଡ଼ିର ପଞ୍ଜୀକରଣ ଅନୁମତି ପ୍ରଦାନ କରିଛି। ନିୟମ ଅନୁସାରେ, ବ୍ୟକ୍ତିଗତ ବ୍ୟବହାର ହେଉଥିବା ଦୁଇ କିମ୍ବା ଚାରି ଚକିଆ ଯାନ, ଯାହା ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ସେଗୁଡିକୁ ଭିଣ୍ଟେଜ୍ ଯାନ ଭାବେ ଗ୍ରହଣ କରାଯିବ। ଆମଦାନୀ ଗାଡ଼ିଗୁଡ଼ିକୁ ମଧ୍ୟ ଏହି ବର୍ଗରେ ବିଚାରକୁ ନିଆଯିବ। ଚେଚିସ୍‌, ଇଞ୍ଜିନ୍‌ ଓ ବଡ଼ି ସେଲ୍‌ରେ ‌ଯେମିତି କିଛି ପରିବର୍ତ୍ତନ ହୋଇନଥିବ, ସେହି ଗାଡ଼ିଗୁଡିକୁ ଏଥିପାଇଁ ବିଚାରକୁ ନିଆଯିବ।

ଫର୍ମ ୨୦ ଅନୁଯାୟୀ ପଞ୍ଜୀକରଣ ବା ପୁନଃପଞ୍ଜୀକରଣ ପାଇଁ ଆବେଦନ କରାଯିବ। ଯାନର ଯାଞ୍ଚ୍ ପରେ ଏହାର ଫିଟ୍‌ନେସ୍‌ ପ୍ରମାଣପତ୍ର ଦିଆଯିବ। ଗାଡ଼ିକୁ ଅନୁମୋଦନ ମିଳିଲେ ଭିଏ (ଭିଣ୍ଟେଜ୍) ସିରିଜ‌ରେ ନମ୍ବର ପ୍ରଦାନ କରାଯିବ। ଏଥିପାଇଁ ଗାଡ଼ିମାଲିକଙ୍କୁ ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଭିଣ୍ଟେଜ୍ ଯାନଗୁଡ଼ିକ ନିୟମିତ/ ବାଣିଜ୍ୟିକ ଉଦ୍ଦେଶ୍ୟରେ ଚାଲିପାରିବ ନାହିଁ। ଏହା କେବଳ ପ୍ରଦର୍ଶନୀ, ଶୋଭଯାତ୍ରା ଉଦ୍ଦେଶ୍ୟରେ ଚାଲିପାରିବ। ମାଲିକ ଆବେଦନ କରି ମାଲିକାନା ସ୍ଥାନାନ୍ତର କରି ଏହାକୁ ବିକ୍ରି ମଧ୍ୟ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।