ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ବିବାହ ପ୍ରଚଳନ କରିବାକୁ ଦାବି

ଭୁବନେଶ୍ବର : ପରମ୍ପରା ଅନୁଯାୟୀ ପ୍ରତିବର୍ଷ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବଡ଼ଭାଇ ଶ୍ରୀ ବଳଦେବଙ୍କ ବିବାହ ଅନୁଷ୍ଠିତ ହୋଇଆସୁଛି। ଗରୁଡ଼ ଦ୍ବାଦଶୀ ଦିନ ଦେବୀ ତୁଳସୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ବହୁ ପ୍ରାଚୀନ ଏହି ପରମ୍ପରାକୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳନ କରିବା ପାଇଁ ଦାବି ହୋଇଛି। ଯେପରି ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀ ବିବାହ, ରୁକ୍ମଣୀ ବିବାହ ପାଳନ କରାଯାଉଛି, ସେହିପରି ତୁଳସୀ ବିବାହ ପ୍ରଚଳନ କରିବାକୁ ନିଖିଳ ଓଡ଼ିଶା ଶ୍ରୀ ଶ୍ରୀ ବଳରାମ-ସାମାଜିକ-ସାଂସ୍କୃତିକ ପରିଷଦ ପକ୍ଷରୁ ଦାବି କରାଯାଇଛି।

ନିକଟରେ ପରିଷଦର ସଭାପତି ଆଇନଜୀବୀ ନେପାଳ ପ୍ରକାଶ ସାମନ୍ତଙ୍କ ଅଧ୍ୟକ୍ଷତାରେ କଟକସ୍ଥିତ ଶିବାଜୀ ନଗରସ୍ଥିତ ବାସଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନଜୀବୀ ପ୍ରଭାତ ପ୍ରହରାଜ, ପ୍ରମୋଦ ପାଇକରାୟ, ବିଧୁଭୂଷଣ ରଥ, ଅକ୍ଷୟ ନାୟକ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଭାତ ରଞ୍ଜନ ବିଶ୍ବାଳ, ମାନସ ବାରିକ ଓ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେବା ସହିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ପରମ୍ପରାକୁ ପ୍ରାଧାନ୍ୟ ଦିଆଯିବାକୁ ଦାବି କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।