ରାଜ୍ୟ

ପୁରୀ ଚକ୍ରତୀର୍ଥ ରୋଡଠାରେ ଅଜଣା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ କଲା ପୁଲିସ୍

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ,ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବେକ କାଟି ହତ୍ୟା ବିଭତ୍ସ ଭାବେ କରାଯାଇଛି। ଚକ୍ରବର୍ତ୍ତୀ ରୋଡ୍ ଲେପ୍ରସି କଲୋନୀ ନିକଟରେ ମୃତକଙ୍କ ମୃତ ଦେହ ପଡ଼ି ରହିଛି। ମୃତ ଦେହର ହାତ,ବେକ, ମୁଣ୍ଡରେ କଟାଦାଗ ରହିଛି। ଘଟଣା ସ୍ଥଳୀରେ ସମୁଦ୍ରକୂଳ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତି ଜଣଙ୍କ କିଏ ତାଙ୍କ ନାଁ କଣ ଏବଂ କିଏ ତାଙ୍କୁ ଏଭଳି ହତ୍ୟା କଲା ଏନେଇ ସମୁଦ୍ରକୁଳ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି। ମୃତକ ବାଲିଗୁଆଳିର ବୋଲି କୁହାଯାଉଛି। ନିଶା କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ‌ପୁଲିସ୍ ସନ୍ଦେହ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।