ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁରୀ ଓ ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ, ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ସବୁଜ ସଂକେତ

ଭୁବନେଶ୍ବର : ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ ବ୍ୟତୀତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ଯାଜପୁର ଓ ପୁରୀଠାରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି ।

ପୁରୀଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରିବେ। ସେହିପରି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରାଯିବ । କୋଠା ଓ ଅନ୍ୟଭିତ୍ତିଭୂମି ଲାଗି ରାଜ୍ୟ ସରକାର ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରିବେ । ଆସନ୍ତା ୩ ବର୍ଷରେ ଏହି ଦୁଇଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଲଏଣ୍ଡଟି ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ।

ବର୍ତ୍ତମାନ ଓଡ଼ିଶାରେ ୧୨ଟି ମେଡିକାଲ କ‌ଲେଜ ଥିବା ବେଳେ ସେଥିମଧ୍ୟରୁୁ ୮ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର‌ରେ ମେଡିକାଲ କଲେଜ ଥିଲା ଏବଂ ଏହାପରେ କୋରାପୁଟ, ବାରିପଦା, ବାଲେଶ୍ବର ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନ ହୋଇଥିଲା। ଆଜି ରାଜ୍ୟ ସରକାର ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ଲାଗି ଟେଣ୍ଡରକୁ ଅନୁମୋଦନ କରିଥିବା ବେଳେ ପୂର୍ବରୁ କନ୍ଧମାଳରେ ମେଡିକାଲ ନିର୍ମାଣ ଘୋଷଣା କରିଥିଲେ ସରକାର। ଅନ୍ୟପକ୍ଷରେ କଳାହାଣ୍ଡି ଓ କେନ୍ଦୁଝରେ ନୂତନ ମେଡିକାଲ ସ୍ଥାପନ କାର୍ଯ୍ୟ ଆଗେଇ ଚାଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ