ଅପରାଧ ରାଜ୍ୟ

ପୁରୀରେ ପୁଣି ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି

ପୁରୀ ୧୬।୧୧: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଆଳପୁର ଗାଁର ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି ହୋଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ସକାଳେ ମନ୍ଦିରର ପୂଜକ ଦ୍ବାର ଫିଟାଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ସମସ୍ତ ମୂର୍ତ୍ତି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତେବେ ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ, ଦୂର୍ଗା, ଚନ୍ଦ୍ରଶେଖର ଓ ନୃସିଂହ ପ୍ରଭୃତି ମୂର୍ତ୍ତି ଦୁର୍ବୁତ୍ତମାନେ ଚୋରି କରି ନେଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ପୁରୀ ସହର ଓ ସଦର ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ତେବେ ପୁଣିଥରେ ଏହି ଦୁର୍ବୁତ୍ତମାନେ ମନ୍ଦିରରୁ ଚୋରି କରିଥିବା ବେଳେ ପୋଲିସ କେତେଦୂର ଏମାନଙ୍କୁ ଧରିବାରେ ସକ୍ଷମ ହେଉଛି ତାକୁ ହିଁ ଅପେକ୍ଷା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।