ଅପରାଧ ରାଜ୍ୟ

ପୁରୀରୁ ଫେରୁଥିଲେ ବନ୍ୟା ପାଣିରେ ଭାସିଗଲା କାର୍‌

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ନଈମୁହଁ ଗଡ଼ାରେ ଏକ ବଡ଼ଧରଣର ଅଘଟଣ ଟଳି ଯାଇଛି। ପୁରୀରୁ ଜଗନ୍ନାଥ ଦର୍ଶନ କରି ଫେରୁଥିବା ଏକ ପରିବାର ସୋମବାର ରାତିରେ ବନ୍ୟା ପାଣିରେ ଫସି ଯାଇଥିବାବେଳେ ସେମାନଙ୍କ କାର୍‌ ଭାସି ଯାଇଥିଲା। କାର୍‌ରେ ଥିବା ୪ ଜଣଙ୍କୁ ତିନି ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା କାର୍‌ର ଯାତ୍ରୀ ହେଲେ; ଅନୁଗୁଳ ତାମ୍ବେତ କଲୋନିର ହଳଧର ଦାସ (୫୦), ତାଙ୍କ ପତ୍ନୀ ମମତା ଦାସ(୪୫), ପୁଅ ଶିବସୁନ୍ଦର ଦାସ(୨୦) ଏବଂ ଚାଳକ ତଥା କାର୍‌ ମାଲିକ ଅମୂଲ୍ୟ ସାହୁ।

ସୂଚନା ମୁତାବକ, ହଳଧର ନିଜ ପତ୍ନୀ ଓ ପୁଅଙ୍କ ସହ କାର୍‌ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୋମବାର ପୁରୀ ଯାଇଥିଲେ। ସେଠାରୁ ସେମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡ଼ି ଦେଇ ଅନୁଗୁଳ ଫେରୁଥିଲେ। ମଧ୍ୟରାତ୍ରିରେ ନିଧିପୁରଗଡ଼ାରେ ୮ଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ ହେଉଥିବା କାର୍‌ ଚାଳକ ଜାଣି ନ ପାରି ପାଣି ଭିତରେ ଗାଡ଼ି ପୂରାଇ ଦେଇଥିଲେ। ଫଳରେ, ପାଣି ସୁଅରେ କାର୍‌ ଭାସିଯାଇ ରାସ୍ତାରୁ ପ୍ରାୟ ୧୫୦ ମିଟର ଦୂର ଗହୀରକୁ ଚାଲି ଯାଇଥିଲା। ସୌଭାଗ୍ୟକୁ ହଠାତ୍‌ କାର୍‌ ଡୋର୍‌ ଖୋଲି ଯାଇଥିଲା। ପାଣିରେ ଗାଡ଼ିଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲାବେଳେ ସମସ୍ତ ୪ଜଣ ଯାତ୍ରୀ କାର୍‌ ଛାତ ଉପରକୁ ଉଠି ଆସି ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଏହିସମୟରେ ନିଧିପୁର ଛକରେ ରାତ୍ରି ଡ୍ୟୁଟି କରୁଥିବା ଖୁଣ୍ଟୁଣୀ ଥାନାର ହୋମ୍‌ଗାର୍ଡ ନରେଶ ନାୟକ କାର୍‌ ଆରୋହୀମାନଙ୍କ ପାଇଁ ଦେବଦୂତ ସାଜିଥିଲେ। ଘଟଣା ସମ୍ପର୍କରେ ସେ ଜାଣିପାରି ତୁରନ୍ତ ପୁଲିସ୍‌ ଓ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ଖୁଣ୍ଟୁଣୀ ଥାନା ଓ ଘଣ୍ଟିଖାଲ ଫାଣ୍ଡି ପୁଲିସ ସହ ସ୍ଥାନୀୟ ଲୋକମାନେ ପହଞ୍ଚି ଆଠଗଡ଼ ତହସିଲଦାରଙ୍କୁ ଅଘଟଣ ସମ୍ପର୍କରେ ଜଣାଇଥିଲେ। ତୁରନ୍ତ ଆଠଗଡ଼ରୁ ଅଗ୍ନିଶମ ବାହିନୀ ବିଭାଗ ପହଞ୍ଚି ଉଦ୍ଧାର କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।