ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁନଶ୍ଚ ପୃ୍‌ଥିବୀ: ପକ୍ଷୀଙ୍କ ପାଇଁ ନିରାପଦ ଗୋବିନ୍ଦପୁର

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଲଖନପୁର ବନ୍ୟପ୍ରାଣୀ ରେଞ୍ଜରେ ଥିବା ଗୋବିନ୍ଦପୁର ‘ପକ୍ଷୀ ଗାଁ’ ଭାବେ ପରିଗଣିତ ହେଉଛି। ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ଗାଁକୁ ଏକ ଉଦାହରଣ ଭାବେ ଗଣାଯାଉଛି। ହୀରାକୁଦ ଜଳଭଣ୍ଡାର ପାଖରେ ରହିଛି ଗୋବିନ୍ଦପୁର। ହୀରାକୁଦ ଜଳଭଣ୍ଡାରକୁ ପ୍ରତିବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଲକ୍ଷାଧିକ ପକ୍ଷୀ ଜଳଭଣ୍ଡାର ଏବଂ ଏହା ସଂଲଗ୍ନ ଜଂଗଲରେ ପ୍ରାୟ ୬ ମାସ ଧରି ବସବାସ କରିଥାନ୍ତି। ଗୋବିନ୍ଦପୁର ଗାଁରେ ମଧ୍ୟ ପାଖାପାଖି ଶହେ ପ୍ରଜାତିର ପକ୍ଷୀ ଦେଖା ଯାଇଥାନ୍ତି। ତେବେ ଏସବୁ ପକ୍ଷୀଗୁଡ଼ିକର ସୁରକ୍ଷା ପାଇଁ ଗତବର୍ଷ ଲୋକଙ୍କୁ ସଚେତନ କରାଯାଇଥିଲା।

ଗୋବିନ୍ଦପୁର ସମେତ ପାଖରେ ଥିବା ତାମଦେଇ ଏବଂ ରାମେଖାଲ ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ଶପଥ ପାଠ କରାଗଲା। ଏକଦା ପକ୍ଷୀ ଶିକାର ପାଇଁ ବଦନାମ ଥିବା ଏହି ଇଲାକା ଏବେ ପକ୍ଷୀଙ୍କ ସୁରକ୍ଷିତ ସ୍ଥାନ ପାଲଟି ଯାଇଛି। ଗାଁର ପ୍ରତିଟି ଘରର ପ୍ରତିଟି କାନ୍ଥରେ ହୀରାକୁଦକୁ ଆସୁଥିବା ପକ୍ଷୀଙ୍କ ରଂଗିନ ଚିତ୍ର ସ୍ଥାନ ପାଇଛି। ଏହା ସହିତ ଡେବ୍ରିଗଡ଼ରେ ଥିବା ଜୀବଜନ୍ତୁଙ୍କ ଚିତ୍ର ବି ରହିଛି। ଏହା ଏକ ରଂଗିନ ଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗାଁରେ ପରିମଳ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏଠାରେ ଡଷ୍ଟବିନ୍‌ ପର୍ଯ୍ୟାପ୍ତ ସଂଖ୍ୟାରେ ରହିଛି। ଏଭଳି ବିରଳ ଗାଁ ଦେଖିବାକୁ ପଡ଼ୋଶୀ ଛତିଶଗଡ଼ ସମେତ ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକ ଆସୁଛନ୍ତି। ଗବେଷକ ଏବଂ ଫଟୋଗ୍ରାଫିରେ ସଉକ ରଖୁଥିବା ଲୋକଙ୍କ ଭିଡ଼ ଜମୁଛି। ବର୍ତମାନ ଘରଚଟିଆ ଏକ ବିରଳ ପ୍ରଜାତି ପାଲଟି ଯାଇଛି। କିନ୍ତୁ ଗୋବିନ୍ଦପୁରରେ ପ୍ରଚୁର ସଂଖ୍ୟାରେ ଘରଚଟିଆ ବସା ବାନ୍ଧିଛନ୍ତି। ପ୍ରଦୂଷଣ କିମ୍ବା କୌଣସି ବିକିରଣ ନ ଥିବାରୁ ଏହି ଗାଁରେ ଘରଚଟିଆ ସୁରକ୍ଷିତ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।