ଖେଳ ଦେଶ ବିଦେଶ

ପୁତ୍ର ସନ୍ତାନର ବାପା ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଗତ ମଙ୍ଗଳବାର ତାଙ୍କ ପତ୍ନୀ ହେଜେଲ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି।

ଯୁବରାଜ ଲେଖିଛନ୍ତି,, ମୋର ସମସ୍ତ ପ୍ରଶଂସକ, ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହା ଜଣାଇବା ପାଇଁ ଖୁସି ଲାଗୁଛି କି ଆଜି ଭଗବାନଙ୍କ ଆଶୀର୍ବାଦରୁ ସନ୍ତାନ ସୁଖ ପ୍ରାପ୍ତି ହୋଇଛି । ଭଗବାନ ଏପରି ଆଶୀର୍ବାଦ କରିଥିବାରୁ କୋଟି କୋଟି ଧନ୍ୟବାଦ ।

ସୂଚନା ଥାଉକି, ୨୦୧୬ ନଭେମ୍ବର ୩୦ ତାରିଖରେ ହେଜଲ ଓ ଯୁବରାଜଙ୍କ ବିବାହ ହୋଇଥିଲା।। ହେଜେଲ ଅନେକଗୁଡିଏ ବିଜ୍ଞାପନ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସଲମାନ ଖାନଙ୍କ ଫିଲ୍ମ ‘ବର୍ଡିଗାର୍ଡ’ରେ ସେ ଦ୍ବିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ହେଜଲ କରିନା କପୁରଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ। ୩୯ବର୍ଷର ଯୁବରାଜ ୨୦୧୯ ଜୁନ ୧୦ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ