ଅପରାଧ ରାଜ୍ୟ

ପୁଣି ସମର୍ଥକଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ଜବତ: ମାସକ ଭିତରେ ପୁଲିସ ହାତରେ ମାଓବାଦୀଙ୍କ ୨୫ ଲକ୍ଷ ଟଙ୍କା

ମାଲକାନଗିରି: ମାଓବାଦୀଙ୍କ ଠାରୁ ଗତ ମାସକ ଭିତରେ ପୁଲିସ ପ୍ରାୟ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ଜବତ କରିସାରିଲାଣି। ଏବେ ପ୍ରଶ୍ନ ଉଠୁଛି ସେମାନଙ୍କ ପାଖରେ ଆଉ କେତେ ୨୦୦୦ ଟଙ୍କିଆ ନୋଟ ଅଛି।

ଗତକାଲି ଛତିଶଗଡ଼ ବିଜାପୁର ଜିଲ୍ଲା ଆଓାପାଲିଠାରେ ପୁଣି ଜବତ ହୋଇଛି ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ। ଏହି ମାମଲାରେ ଜଣେ ମାଓବାଦୀ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି।ଉକ୍ତ ମାଓ ସମର୍ଥକଙ୍କଠାରୁ ଜବତ ହୋଇଛି ୬ ଲକ୍ଷ ୨୦, ୦୦୦ ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ। ୨୪ ବର୍ଷୀୟ ମାଓ ସମର୍ଥକ ମହେଶ ବାଡସେ ମାଓବାଦୀଙ୍କ ୯ ଲଷ  ଟଙ୍କା ବଦଳାଇବାକୁ ଆଣିଥିଲେ। ଏଥିମଧ୍ୟରୁ ସେ ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ଓ  ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଅବଶିଷ୍ଟ ୬ ଲକ୍ଷ ୨୦, ୦୦୦ ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ତାଙ୍କଠାରୁ ଜବତ କରିଛି ପୁଲିସ। ବିଜାପୁର ଜିଲ୍ଲା ଆଓାପାଲି ଥାନା ତାଲପେରୁ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ମହେଶଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଏଲଓଏସ କମାଣ୍ଡର ଶଙ୍କର ଓ ଆରପିସି ଅଧ୍ୟକ୍ଷ ନଣ୍ଡ୍ରା ଏହି ଟଙ୍କା ଦେଇଥିଲେ ବୋଲି ସେ ପୁଲିସକୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।