ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ବଦଳିବ ଆତ୍ମରକ୍ଷା କୌଶଳ ତାଲିମ ରୂପରେଖ

ଭୁବନେଶ୍ବର : ୨୦୧୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୁବନୀତିରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାର ବ୍ୟବସ୍ଥା ହୋଇଥିଲା। ଯୁକ୍ତ୨ ସମେତ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କୁ ମଧ୍ୟ ତାଲିମ ଦିଆଯିବାର ଯୋଜନା ଥିଲା। ଇତିମଧ୍ୟରେ ଏହି ଯୋଜନାକୁ ୧୦ ବର୍ଷ ବିତିଗଲାଣି। ୩ ଥର ନିୟମରେ ପରିବର୍ତ୍ତନ କରାଗଲାଣି। ମାତ୍ର ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରୁ ନାହିଁ।

ଏବେ ପୁଣିଥରେ ନିୟମରେ ପରିବର୍ତ୍ତନ କରାଯାଇ ବିଦ୍ୟାଳୟସ୍ତରରେ ‘ଆତ୍ମରକ୍ଷା କୌଶଳ କ୍ଲବ୍’ ଗଠନ କରିବାକୁ ତିନି ମାସ ତଳେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ଏବେ ବିଦ୍ୟାଳୟସ୍ତରରେ ‘ଆତ୍ମରକ୍ଷା କୌଶଳ କ୍ଲବ’ ଗଠନ ହେବ। ପ୍ରାଥମିକ ବିଦ୍ୟାଳୟସ୍ତରରୁ ଛାତ୍ରୀମାନଙ୍କୁ ତାଲିମ ମିଳିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତି କାର୍ଯ୍ୟ ଦିବସରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଲାଗି ଗୋଟିଏ ଘଣ୍ଟା ଆଉଟ୍‌ଡୋର ଆକ୍ଟିଭିଟି କରାଯିବାକୁ ଥିବା ବେଳେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଲାଗି ୩୦ ମିନିଟ୍‌ ହେବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରତି କ୍ଲବ୍‌କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସେହିପରି ଛାତ୍ରୀମାନଙ୍କୁ ୧୦ରୁ ୨୦ ପୃଷ୍ଠା ବିଶିଷ୍ଟ ଏକ ବୁକଲେଟ୍ ବଣ୍ଟନ କରାଯିବ। ଯେଉଁଥିରେ ଫଟୋ ଓ ଚିତ୍ର ମାଧ୍ୟମରେ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିକ୍ଷା ସ୍ଥାନ ପାଇବ। ଛାତ୍ରୀମାନେ ସ୍ଥାନୀୟ ପୁଲିସ, ଅଗ୍ନିଶମ ବିଭାଗ, ଏନ୍‌ସିସି ଅଫିସରଙ୍କ ସହ ଟେଡ୍-ଟକ୍ ଅର୍ଥାତ୍ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଟେକ୍ନୋଲୋଜି ଓ ଡିଜାଇନ୍ ମାଧ୍ୟମରେ ସାକ୍ଷାତ କରିବାର ସୁଯୋଗ ପାଇବେ। ଆବଶ୍ୟକସ୍ଥଳେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇ ଏଥିରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର ଏହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେନେଇ କାହା ପାଖରେ ଖବର ନାହିଁ।

ଆତ୍ମରକ୍ଷା କୌଶଳର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ଉପଦେଷ୍ଟା ନିବେଦିତା ଜେନା କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ୪ ମାସ ତଳେ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଚଳିତ ବର୍ଷ +୨ ଛାତ୍ରୀଙ୍କର ଆତ୍ମରକ୍ଷା କୌଶଳ ତାଲିମ ସରିଛି। ଆଗାମୀ ଶିକ୍ଷାବର୍ଷ ସମୟ ଆସିଲେ ତାଲିମ ଦିଆଯିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।