ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ୱେଡିଂ ପ୍ଲାନ କଲେଣି ରାକ୍ଷୀ ସାୱନ୍ତ ! କହିଲେ- ଜଣେ କ୍ରିକେଟରଙ୍କୁ ବିବାହ କରିବି…

ନୂଆଦିଲ୍ଲୀ ୨୦।୦୨: ରିତେଶଙ୍କ ଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ରାକ୍ଷୀ ନିଜ ନୂଆ ବିବାହ ପ୍ଲାନ୍‌ କରୁଛନ୍ତି । ତାହା ପୁଣି ଏ ସମ୍ପର୍କରେ ମିଡିଆକୁ ମଧ୍ୟ କହିଛନ୍ତି । ମୋ ବାପାଙ୍କ ଇଚ୍ଛା ଥିଲା ମୁଁ ଜଣେ ପୋଲିସ ଅଫିସରଙ୍କୁ ବିବାହ କରେ। କିନ୍ତୁ ମୋର ଅଲଗା ଇଚ୍ଛା ଥିଲା। ଏବେ ମୁଁ ପୁଣିଥରେ ମୋ ଇଚ୍ଛାରେ ବାହା ହେବାକୁ ଚିନ୍ତା କରଛି। ଏ ନେଇ ମୁଁ ପ୍ଲାନ୍‌ ମଧ୍ୟ କରିଛି।

ରାକ୍ଷୀ କହିଛନ୍ତି, ଏବେ ମୁଁ ଜଣେ ବଡ଼ କ୍ରିକେଟରଙ୍କୁ ବିବାହ କରିବାକୁ ଚାହୁଁଛି। ମୁଁ ଆଇପିଏଲ୍‌କୁ ଯିବି। ମୁଁ ବି ଷ୍ଟାଡିୟମ୍‌ରେ ବସି ମୋ ସ୍ୱାମୀଙ୍କୁ ଚଉକା ଛକା ମାରୁଥିବାର ଦେଖିବି ଓ ଷ୍ଟାଡିୟମ୍‌ରେ ସପୋର୍ଟ କରିବି। ତେବେ ବର୍ତ୍ତମାନ ରାକ୍ଷୀଙ୍କ ନଜର କୌଣସି କ୍ରିକେଟରଙ୍କ ଉପରେ ରହିଛି ବୋଲି ଅନୁମାନ କରାଯାଉଛି। ତେବେ ସେ କାହାକୁ ପସନ୍ଦ କରୁଛନ୍ତି ସେ ନେଇ କିଛି କହି ନାହାନ୍ତି।

ସୂଚନାଯୋଗ୍ୟ ଯେ ବିଗ୍‌ ବସ୍‌ ୧୪ ଓ ୧୫ ଆରମ୍ଭ ହେବା ପୂର୍ବରୁ ହିଁ ରାକ୍ଷୀ ଦୀପକ କଲାଲଙ୍କ ସହ ବାହାଘରର ଡ୍ରାମା କରିଥିଲେ। ଏହା ପରେ ଦୀପକଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ପରେ ସେ ସିକ୍ରେଟ୍‌ ବିବାହର ଫଟୋ ସେୟାର କରିଥିଲେ। ସେ ରିତେଶଙ୍କୁ ବିବାହ କରିଥିବା ନେଇ ଦାବି ମଧ୍ୟ କରିଥିଲେ। କିନ୍ତୁ ବିଗ୍‌ବସ୍‌ ୧୫ ସହ ରାକ୍ଷୀଙ୍କ ସହ ରିତେଶଙ୍କ ସମ୍ପର୍କ ବି ସରିଯାଇଛି। ଏବେ ରାକ୍ଷୀ ଆଉ ଏକ ବିବାହ ପାଇଁ ପ୍ଲାନିଂ କରୁଥିବା କହିଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ