ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଛେଣ୍ଡିପଦା : ଚାଷ ଜମିକୁ ପାଣି ଦେବା ପାଇଁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୁକୁରପେଟା ନିକଟରେ ନିର୍ମାଣ ହୋଇଛି କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପ ଆରମ୍ଭ ଦିନରୁ ଏହା ବିବାଦୀୟ ହୋଇ ପଡ଼ିଛି। କ୍ଷତିପୂରଣ ନ ଦେଇ ଘରୋଇ ଜମିରେ ଏହି ପ୍ରକଳ୍ପ କରାଯାଇଥିବାରୁ କ୍ଷତିଗ୍ରସ୍ତ ପ୍ରଜା ଏହାକୁ ବିରୋଧ କରି ଆସୁଛନ୍ତି। ଏପରିକି ମାଲିକାନା ସତ୍ତ୍ବ ବି ଦାବି କରୁଛନ୍ତି। ଏବେ ଜମିହରା ପ୍ରଜାଙ୍କୁ ଉଚିତ୍ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହାଇକୋର୍ଟଙ୍କ ଆଦେଶ ପରେ ଏହି ବିବାଦ ପୁଣି ତାଜା ହୋଇଛି। ଏପଟେ ହାଇକୋର୍ଟଙ୍କ ଏହି ରାୟ ପରେ କ୍ଷତିପୂରଣ ପାଇବା ନେଇ ଜମିହରା ପ୍ରଜାଙ୍କ ମନରେ ଆଶା ସଂଚାର ହୋଇଛି।
ଅନୁଗୁଳ-ଛେଣ୍ଡିପଦା ମୁଖ୍ୟ ରାସ୍ତା କଡ଼ରେ ରହିଛି ଏହି କୁକୁରପେଟା ଜଳସେଚନ ପ୍ରକଳ୍ପ। ୧୯୬୯ ମସିହାରେ କୁଞ୍ଜବିହାରିପୁର, କୁକୁରପେଟା, କୁକୁରପେଟା ଜଙ୍ଗଲ, ନୂଆମଉଜା, ତେନ୍ତୁଲୋଇ ଗୋପୀନାଥପୁର ମୌଜାର ୧୦୯ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରୁ ୬୪.୩୨ ଏକର ଘରୋଇ ଜମି ରହିଥିଲା। ପ୍ରକଳ୍ପ ନିର୍ମାଣ ଆରମ୍ଭ ହେଲାବେଳକୁ ଏହି ଘରୋଇ ଜମିର ମାଲିକାନା ୨୫ ପରିବାରର ରହିଥିଲା। ଏବେ ଏହା ବଢ଼ି ୧୮୮ ପରିବାରରେ ପହଞ୍ଚିଛି। ଆଶ୍ଚର୍ଯ୍ୟର କଥା, ଜମି ଅଧିଗ୍ରହଣ ସମୟରେ କ୍ଷତିଗ୍ରସ୍ତଙ୍କୁ ଆଦୌ କ୍ଷତିପୂରଣ ଦିଆଯାଇ ନ ଥିଲା। କାଗଜପତ୍ର ଠିକ୍ ନ ଥିବା ଦର୍ଶାଇ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ଆରମ୍ଭରୁ ବିଳମ୍ବିତ କରାଯାଇଥିଲା। କ୍ଷତିଗ୍ରସ୍ତ ପ୍ରଜା ବାରମ୍ବାର କ୍ଷତିପୂରଣ ମାଗିଥିଲେ ମଧ୍ୟ ସେମାନଙ୍କ ସ୍ବରକୁ ଚାପି ଦିଆଯାଇଥିଲା।
କ୍ଷତିପୂରଣ ମିଳି ନଥିବାରୁ ୨୦୧୨ରେ ମାଛଚାଷ ପାଇଁ ତହସିଲ ନିଲାମକୁ ବିରୋଧ କରି କ୍ଷତିଗ୍ରସ୍ତ ପରିବାର ଜଳଭଣ୍ଡାରକୁ ନିଜ ଦଖଲକୁ ନେଇଥିଲେ। ସେତେବେଳେ ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ୨୦୧୩ରେ ଉଚ୍ଚ ନ୍ୟାୟାଳୟରେ କ୍ଷତିଗ୍ରସ୍ତଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ୨୦୧୩ ଜମି ଅଧିଗ୍ରହଣ ଥଇଥାନ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ବାରମ୍ବାର ନିର୍ଦେଶ ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ତେଣୁ ଏହି ମାମଲରେ ଅଦାଲତ କଠୋର ନିଷ୍ପତ୍ତି ନେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳ, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଭୂମି ଅଧିଗ୍ରହଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ଏହି ଆଦେଶ ପରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ମିଳିବା ନେଇ ସମ୍ଭାବନା ବଢ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ଷତିଗ୍ରସ୍ତ ପ୍ରଜାଙ୍କ ଜମିର ଦର ଆକଳନ କରାଯାଇ ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ଏ ଭିତରେ ପ୍ରଦାନ କରାଯାଇଛି। ଏଥିପାଇଁ ଆବଶ୍ୟକ ଟଙ୍କା ମଂଜୁର କରିବା ପାଇଁ ମଧ୍ୟ କୁହାଯାଇଛି। ଏହି ଟଙ୍କା ଆସିବା ପରେ କ୍ଷତିଗ୍ରସ୍ତ ଟଙ୍କା ପାଇଯିବେ। ଅଳ୍ପ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ କରାଯାଉଛି। ମାମଲରେ ଅଦାଲତରେ ଥିବାରୁ ଏଥିନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l