ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ଘାଇଲା କରୁଛି ମହାମାରୀ କରୋନା: ଆଜି ରାଜ୍ୟରୁ ୪୨୮ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଆଜିବି ୪୦୦ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୪୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥି ମଧ୍ୟରୁ ୨୫୧ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୭ଟି ଲୋକାଲ କେସ ଚିହ୍ନଟ ହୋଇଛି । ତେବେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣଙ୍କ ବୟସ ୧୮ ବର୍ଷରୁ କମ ହୋଇଥିବା ଜଣାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଦ୍ୱିତୀୟରେ ସିଲଭର ସିଯି କଟକରୁ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୨, ସୁନ୍ଦରଗଡରୁ ୨୦ ଏବଂ ପୁରୀରୁ ୧୧ଟି ପଜିଟିଭ କେସ ଆସିଛି ।

ଏହାପରେ ସମ୍ବଲପୁରରୁ ୯, ମୟୁରଭଞ୍ଜରୁ ୮, ଜଗତସିଂହପୁରରୁ ୬ ଏବଂ ଭଦ୍ରକ, ଏବଂ ଯାଜପୁରରୁ ୫ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବରଗଡ, ନୟାଗଡ ଏବଂ ଝାରସୁଗୁଡା ପ୍ରତ୍ୟେକରେ ୪ ଜଣ ଲେଖାଏଁ କୋଭିଡ ପଜିଟିଭ ହୋଇଥିବା ବେଳେ ନୂଆପଡାରେ ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ କେନ୍ଦ୍ରପଡା, ମାଲକାନାଗିରି, ସୋନପୁର ଏବଂ ରାୟଗଡାରୁ ଦୁଇ ଜଣ ଲେଖାଏଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଦେଓଗଡ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟରେ ଚିହ୍ନଟ ହୋଇଛନ୍ତି ଜଣେ ଲେଖାଏଁ କରୋନା ସଂକ୍ରମିତ । ତେବେ ରାଜ୍ୟରେ ୪୩ ଷ୍ଟଟ ପୁଲରେ ଆକ୍ରାନ୍ତ ହୋଇଛନ୍ତି ।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨,୯୧,୯୪୬ ଟି ପଜିଟିଭ କେସ ରହିଛି । ସେଥିମଧ୍ୟରୁ ୧୨,୮୦,୫୩୨ ଜଣ ସୁସ୍ଥ ହୋଇତିବା ବେଳେ ୨୨୩୫ ଜଣ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ