ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଖାକିରେ ଦାଗ: ୪ବର୍ଷ ହେଲା ନାବାଳିକାକୁ ଶୋଷଣ, କନେଷ୍ଟବଲ୍‌ ଗିରଫ

ଭୁବନେଶ୍ବର : ପୁଣି ଖାକିରେ କଳାଦାଗ। ଜଣେ କନଷ୍ଟେବଲଙ୍କ କୁକର୍ମ ପୂରା କମିସନରେଟ୍‌ ପୁଲିସର ମୁଣ୍ଡ ତଳକୁ କରିଦେଇଛି। ମାସେ କି ବର୍ଷେ ନୁହେଁ, ଗତ ୪ ବର୍ଷ ହେଲା ଜଣେ ନାବାଳିକାକୁ ଯୌନ ଶୋଷଣ କରିଆସୁଥିବା କନେଷ୍ଟବଲ୍‌ଙ୍କୁ ବୁଧବାର ଦିନ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲେ, ଲିଙ୍ଗରାଜ ଥାନା‌ରେ କାର୍ଯ୍ୟରତ ରଜନୀକାନ୍ତ ଗମାଙ୍ଗୋ (୩୨)। ଘର ଗଜପତି ଜିଲ୍ଲାରେ। ସେ ବିବାହିତ ଓ ଗତ ୫ବର୍ଷ ହେଲା ସେ ଭୁବନେଶ୍ବରରେ ରହୁଛନ୍ତି। ବୁଧବାର ଦିନ ପୁଲିସ୍‌ ତାଙ୍କୁ କୋର୍ଟଚାଲାଣ କରିଛି।

ପୁଲିସ୍‌ ସୂଚନାନୁଯାୟୀ, ରଜନୀକାନ୍ତ ଗତ ୪ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ସ୍କୁଲ ପଢ଼ିବା ସମୟରୁ ଶୋଷଣ କରି ଆସୁଥିଲେ। ଏ ସଂପର୍କରେ କାହାରିକୁ ଜଣାଇଲେ, ଜେଲ୍‌ରେ ପୂରାଇଦେବି କହି ଧମକାଉଥିଲେ। ଫଳରେ ନାବାଳିକାଜଣଙ୍କ ଭୟରେ କାହାରିକୁ ଏ ସଂପର୍କରେ ଜଣାଉନଥିଲେ। ଏପରିକି ପରିବାରଲୋକଙ୍କ ଆଗରେ ବି ମୁହଁ ଖୋଲି ନଥିଲେ। ତେବେ ମାଟ୍ରିକ୍ ପାସ୍‌ କରି କଲେଜରେ ପଢ଼ିବା ପରେ ନାବାଳିକାଜଣଙ୍କ ଏହାକୁ ବିରୋଧ କରିଥିଲେ। କିନ୍ତୁ ରଜନୀକାନ୍ତ ଚାଲାକ୍‌ କରି ନାବାଳିକାଙ୍କ ଅଜାଣତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିନେଇଥିଲେ। ସଂପର୍କରେ ନ ରହିଲେ, ଏହାକୁ ସେ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଥିଲେ। ଏହାସହ ଫଟୋ ଓ ଭିଡିଓ ଡିଲିଟ୍‌ କରିବା ପାଇଁ ନାବାଳିକାଙ୍କୁ ୫୦ହଜାର ଟଙ୍କା ଦେବାକୁ କହିଥିଲେ। ଉଭୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରୁ ନାବାଳିକାଜଣଙ୍କ ଏ ସଂପର୍କରେ ଗତକାଲି ଚାଇଲ୍ଡ୍‌ ଲାଇନ୍‌ରେ ଅଭିଯୋଗ କରିଥିଲେ। ଚାଇଲ୍ଡଲାଇନ୍ ନାବାଳିକାକୁ କାଉନସେଲିଂ କରିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ନାବାଳିକାଙ୍କ ଡାକ୍ତରୀମାଇନା କରାଇବା ସହ ନାବାଳିକାଙ୍କ ବୟାନ ରେକର୍ଡ କରିଛି। ସେହିଭଳି ଧାରା ୧୬୪ରେ କୋର୍ଟ‌ରେ ମଧ୍ୟ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ସମେତ ସିଡବ୍ଲୁସିର ଅତିରିକ୍ତ ଅଧ୍ୟକ୍ଷ, କମିସନରେଟ୍ ପୁଲିସ୍‌ର ଜୋନ୍-୧ ଏସିପି, ମହିଳା ଥାନା ଆଇଆଇସି ପ୍ରମୁଖ ଅବଗତ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।