ଅପରାଧ ରାଜ୍ୟ

ପୁଣି ଅଲୋଡା ଶିଶୁ କନ୍ୟା, ଗାଁ ନିକଟ କାଜୁ ଜଙ୍ଗଲରୁ ଉଦ୍ଧାର କଲେ ଗ୍ରାମବାସୀ

ପାଟଣା ୧୧।୭: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର କିଛି ଲୋକ ସୋମବାର କାଜୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଗାଁରେ ଜଣାଇବା ପରେ ଆଶା ଦିଦି ଡାଲିମ୍ବ ମହାନ୍ତ ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶିଶୁଟି ଦୁଇ ତିନି ଦିନ ପୂର୍ବରୁ ଜନ୍ମ ହୋଇଥିବା ଜଣା ପଡୁଥିବା ଆଶା ଦିଦି କହିଛନ୍ତି । ତେବେ କିଏ ଏବଂ କାହିଁକି କେଉଁ ପରିସ୍ଥିତିରେ ନବଜାତ ଶିଶୁ କନ୍ୟାକୁ ଏଠାରେ ଛାଡ଼ି ଚାଲିଗଲା ତାହା ସ୍ପଷ୍ଟ ହୋଇନାହିଁ । ଉଦ୍ଧାର ପରେ ଶିଶୁଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।