ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଅଦିନ ରଥଯାତ୍ରା ବିବାଦ: ୨୪ରେ ଗୋୱାଲିୟରରେ ରଥଯାତ୍ରା ପାଳିବ ଇସ୍କନ

ପୁରୀ : ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଜୁନ୍‌ ୨୦ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜୁନ୍ ୨୪ ତାରିଖରେ ଗ୍ବାଲିୟର୍‌ରେ ଇସ୍କନ୍‌ ପକ୍ଷରୁ ରଥଯାତ୍ରାର ଆୟୋଜନ କରାଯାଇଛି। ଏହି ଅଦିନ ରଥଯାତ୍ରାକୁ ନେଇ ପୁଣିଥରେ ବିବାଦ ସୃଷ୍ଟିହୋଇଛି। ଭକ୍ତ, ସେବାୟତ ମହଲରେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସୂଚନା ଅନୁସାରେ, ଇସ୍କନ ଗ୍ବ‌ାଲିୟର ଶାଖା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ରଥଯାତ୍ରା ସମ୍ପର୍କିତ ଏକ ପୋଷ୍ଟିଂ ହୋଇଛି। ଏଥିରେ ଇସ୍କନ ଗ୍ବାଲିୟର୍‌ ପକ୍ଷରୁ ଆସନ୍ତା ଜୁନ୍‌ ୨୪ ତାରିଖରେ ରଥଯାତ୍ରାର ଆୟୋଜନ କରାଯାଇଛି ଏବଂ ଏଥିରେ ଯୋଗଦେବାକୁ ଭକ୍ତମାନଙ୍କୁ ନିବେଦନ କରାଯାଇଛି। ଯାହାକି, ଶ୍ରୀଜଗନ୍ନାଥପ୍ରେମୀ ତଥା ଭକ୍ତମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭକ୍ତ ଓ ସେବାୟତମାନେ କହିଛନ୍ତି ଯେ ଏହା ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ। ଇସ୍କନ ସଂସ୍ଥା ବ୍ୟବସାୟିକ ମନୋବୃତ୍ତି ନେଇ ଏଭଳି ହୀନ ଉଦ୍ୟମ କରୁଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଗଣମାଧ୍ୟମରେ ଏହାକୁ ବିରୋଧ କରିବା ସହିତ ଇସ୍କନର କାହାରିକୁ ପୁରୀରେ ପୂରାଇ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି। ଏଥିସହିତ, ଶ୍ରୀମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରା ନେଇ ଦୃଢ଼ ଆଇନ ଆଣିବାକୁ ଦାବି ହୋଇଛି।

ଏ ସମ୍ପର୍କରେ ମତାମତ ପ୍ରଦାନକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଏହାଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।