ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ପୁଣିଥରେ ବିବାହ କଲେ ଗୁରମିତ ଓ ଦେବିନା

ଛୋଟ ପରଦାର ଲୋକପ୍ରିୟ ଦମ୍ପତି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ଦୁହିଁଙ୍କ ଫଟୋ ବହୁତ ଭାଇରାଲ ହୁଏ। ଆଉ ଏବେ ଉଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଦମ୍ପତି ବରକନ୍ୟା ରୂପରେ ନଜର ଆସିଛନ୍ତି। ଦୁହେଁ ପୁଣିଥରେ ବଙ୍ଗାଳି ରୀତିନୀତି ଅନୁସାରେ ବିବାହ କରିଛନ୍ତି। ବିବାହ ବେଳେ ଦୁହେଁ ବଙ୍ଗାଳି ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଛନ୍ତି। ଗୁରମିତ ଓ ଦେବିନା ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ପରେ ପ୍ରଶଂସକଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦେବିନା ପାରମ୍ପରିକ ବଙ୍ଗାଳି ଶାଢ଼ି ପିନ୍ଧିଥିବା ବେଳେ ଗୁରମିତ ଧୋତି ସହ କ୍ରିମ ରଙ୍ଗର କୁର୍ତା ପିନ୍ଧିଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଗୁରମିତ ହାର୍ଟ ଇମୋଜି ସହ ‘ଫାଇନାଲି’ ଲେଖିଛନ୍ତି।

୨୦୦୫ରେ ସାହାରାର ଏକ କାର୍ଯ୍ୟକ୍ରମରେ ଗୁରମିତ ଓ ଦେବିନାଙ୍କ ସାକ୍ଷାତ ହୋଇଥିଲା। ଦେବିନା କୋଲକାତାରୁ ଓ ଗୁରମିତ ମୁମ୍ବାଇରୁ ଯାଇଥିଲେ। ଦୁହେଁ ପ୍ରତିଯୋଗୀ ଭାବେ ଭେଟିଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଓ ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ୨୦୧୧ ଫେବୃଆରୀ ୧୫ ତାରିଖରେ ଦୁହେଁ ପରିବାର ସଦସ୍ୟଙ୍କ ଗହଣରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ