ଦେଶ ବିଦେଶ ପର୍ଯ୍ୟଟନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପୁଟିନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ, ଖର୍ଚ୍ଚ ହୋଇଛି ୧.୪ ବିଲିୟନ ଡଲାର, ଡ୍ରୋନ୍ ଭିଡିଓ ଭାଇରାଲ

ମସ୍କୋ ,୨୪/୦୧: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ଲାକ୍ ସି ଅଞ୍ଚଳରେ ୧.୪ବିଲିୟନ ଡଲାର ରେ ଏହ ପ୍ରାସାଦ ତିଆରି କରିଛନ୍ତି । ଏହାର ଡ୍ରୋନ୍ ଫୁଟେଜ୍ ଏବେ ୟୁଟ୍ୟୁବରେ ଭାଇରାଲ ହୋଇଛି । ଏହି ଭିଡିଓ ମଙ୍ଗଳବାର ଅପଲୋଡ୍ ହେବା ପରେ ଏବେସୁଦ୍ଧା ୫୪ ଲକ୍ଷ ୟୁଜର ଏହାକୁ ଦେଖିସାରିଲେଣି ।

ଏହି ୨ ଘଣ୍ଟାର ଡ୍ରୋନ୍ ଫୁଟେଜରେ ଏକ ଆଖି ଝଲସିବା ଭଳି ପ୍ରାସାଦ ରହିଛି । ଏହାସହ ଦୁଇଟି ହେଲିପ୍ୟାଡ୍ ରହିଛି । ଏହାସହ ଗେଷ୍ଟ୍ ହାଉସ୍, ବଡ ପାର୍କି ଏରିଆ ରହିଥି । ଆଲେକ୍ସାଇ ନାଭାଲନି ଏହାକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି ।

ନାଭାଲନି ପୁଟିନଙ୍କ ସମାଲୋଚକ ଭାବେ ଜଣାଶୁଣା । ସେ ମସ୍କୋର ଏକ ଜେଲରେ ଅଛନ୍ତି । ପୁଟିନ ନିଜ ଧନି ବନ୍ଧୁଙ୍କଠାରୁ ଟଙ୍କା ଆଣି କାହାକୁ କିଛି ନଜଣାଇ ଏହି ପ୍ରାସାଦ ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

ଏହି ପ୍ରାସାଦ ୧୭୦ ଏକର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଅଞ୍ଚଳ ଋଷ ଫେଡେରାଲ ସିକ୍ୟୁରିଟି ସର୍ଭିସର ବୋଲି ନାଭାଲନି ଅଭିଯୋଗ କରିଛନ୍ତି । ତେବେ ଋଷ ସରକାର ପୁଟିନଙ୍କ ସହ ଏହି ପ୍ରାସାଦର ସମ୍ପର୍କ ନଥିବା କହିଛନ୍ତି ।

ଋଷ ଅଧିକାରୀ କହିଛନ୍ତି ଯେ, ଏହା ସତ ନୁହେଁ । ପୁଟିନ ଏହି ସମ୍ପତ୍ତିର ମାଲିକ ନୁହଁନ୍ତି । ସବୁ ଗୁଜବ । ସୂଚନାଯୋଗ୍ୟ, ଏହି ବିଳାସମୟ ପ୍ରାସାଦରେ ୧୯୦,୦୦୦ ସ୍କୋୟାର ଫୁଟର ରହିବା ସ୍ଥାନ ଅଛି । ଏହାସହ ୨୭୦୦୦ ସ୍କୋୟାର ଫୁଟର ଗେଷ୍ଟ ହାଉସ ମଧ୍ୟ ରହିଛି । ଯାହାକୁ ୨୬୦ ଫୁଟର ଏକ ବ୍ରିଜ ସଂଯୋଗ କରୁଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି