ଅପରାଧ ରାଜ୍ୟ

ପୁଞ୍ଜି ନିବେଶ ନାଁରେ ଠକେଇ: ଅନୁଗୁଳରୁ ଧରାପଡ଼ିଲା ସାଇବର୍‌ ଠକ

ଭୁବନେଶ୍ବର : କମ୍‌ ସମୟରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା‌ ଜଣେ ସାଇବର୍‌ ଠକକୁ ଆଜି ଭୁବନେଶ୍ବର ସାଇବର୍‌ ଥାନା ଗିରଫ କରିଛି। ସେ ହେଲା, ଅନୁଗୁଳ କଣିହାଁ ଅଞ୍ଚଳର ଶ୍ରୀଧର କୁମାର ମହାପାତ୍ର (୪୯)। ଏଠାରେ ବଡ଼ଗଡ଼ ଥାନା ବ୍ରିଟ୍‌ କଲୋନି ଅଞ୍ଚଳରେ ରହୁଥିଲା। ପୁଲିସ୍ ତା’ଠାରୁ ୧୯ ହଜାର ଟଙ୍କା, କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ନକଲି ପରିଚୟପତ୍ର ଜବତ କରିଛି। ଅଜଣା ଆପ୍‌ରେ ପୁଞ୍ଜିନି‌ବେଶ କରିବାକୁ ପ୍ରବର୍ତ୍ତାଇ ସେ ଲୋକଙ୍କୁ ଠକୁଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ତା’ର ଜଣେ ସହଯୋଗୀ ଅଶୋକଙ୍କୁ ଧରିବା ପାଇଁ ପୁଲିସ୍‌ ତନାଘନା ଚଳାଇଛି।

ଅପରପକ୍ଷେ ଏହି ଠକେଇ ପଛରେ ଏକ ବଡ଼ ଗ୍ୟାଙ୍ଗ୍‌ର ହାତ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗ୍‌ ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାର ଗ୍ରାମାଞ୍ଚଳର ଶହଶହ ଲୋକଙ୍କୁ ଠକିଥିବା ଜଣାପଡ଼ିଛି। ପ୍ରତିଦିନ ୨ରୁ ୩ ପ୍ରତିଶତ ସୁଧ ମିଳିବ କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି। ଏବେ ସୁଧା ଏମାନଙ୍କ ନାଁରେ ୨୫ରୁ ଊର୍ଧ୍ବ ଅଭିଯୋଗ ଆସି ସାରିଛି। ତେଣୁ ଗ୍ୟାଙ୍ଗ୍‌ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଶ୍ରୀଧରକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ୍‌ କହିଛି। ଗ୍ୟାଙ୍ଗରେ କେତେ ଜଣ ସଦସ୍ୟ ଅଛନ୍ତି ଓ ସେମାନେ କେତେ ଟଙ୍କା ଠକେଇ କରିଛନ୍ତି, ରିମାଣ୍ଡରେ ସେସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍‌ ଆଶାବାଦୀ ରହିଛି।

ସୂଚନା ମୁତାବକ, ଗତ ଜାନୁଆରିରେ ବିବେକ ନନ୍ଦ ନାମକ ଜଣେ ବ୍ୟବସାୟୀ ଭୁବନେଶ୍ବରରେ ଏକ ରକ୍ତଦାନ ଶିବିର କରିଥିଲେ। ସେଠାରେ ବିବେକଙ୍କ ସହ ଶ୍ରୀଧରର ସହଯୋଗୀ ଅଶୋକଙ୍କ ଭେଟ ହୋଇଥିଲା ଓ କଥା ଛଳରେ ଅଶୋକ ତାଙ୍କୁ ଏକ ଅଜଣା ଆପ୍‌ରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇଥିଲା। ଏପରିକି ଅନ୍ୟ ଲୋକମାନେ କିଭଳି ପୁଞ୍ଜିନିବେଶ କରି ଖୁବ୍‌ କମ୍‌ ସମୟରେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛନ୍ତି, ତାହାର କେତେକ ନକଲି ପ୍ରମାଣ ଦେଖାଇଥିଲା। ବିବେକ ତା’ କଥାରେ ବିଶ୍ବାସ କରି ପୁଞ୍ଜି ନିବେଶ ପାଇଁ ରାଜି ହୋଇଯାଇଥିଲେ। ପରେ ବିବେକଙ୍କୁ ନେଇ ଅଶୋକ, ଶ୍ରୀଧରଙ୍କ ସହ ପରିଚୟ କରାଇଥିଲା। ସେମାନେ ମିଶି ଏହି ପୁଞ୍ଜି ନିବେଶକାରୀ ସଂସ୍ଥାରେ କାମ କରୁଛନ୍ତି ବୋଲି କହିଥି‌ଲେ। ଏହାର କିଛି ଦିନ ପରେ ଉଭୟ ବିବେକଙ୍କୁ କେତେକ ଅଜଣା ଆପ୍‌ର ଲିଙ୍କ୍‌ ପଠାଇ ସେଥିରେ ପୁଞ୍ଜି ନିବେଶ ପାଇଁ କହିଥିଲେ। ଆଗପଛ ବିଚାର ନ କରି ବିବେକ ଉକ୍ତ ଆପ୍‌ଗୁଡ଼ିକୁ ଡାଉନଲୋଡ୍‌ କରିବା ସହ ପାଖାପାଖି ୮୦ ହଜାର ଟଙ୍କା ନିବେଶ କରିଥିଲେ। ହେଲେ କିଛି ଦିନ ପରେ ତାଙ୍କର ସବୁ ତକ ଟଙ୍କା ଗାୟବ ହୋଇଯାଇଥିଲା। ବିବେକ ଦୁହିଁଙ୍କୁ ଯୋଗାଯୋଗ କରିଥିଲେ ବି ସେମାନେ ଆଉ ଧରାଛୁଆଁ ଦେଇ ନଥିଲେ। ଏପରିକି ଫୋନ୍‌ ନମ୍ବର ବଦଳାଇ ଦେଇଥିଲେ। ଠକେଇରେ ସେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲା ଓ ଯେଉଁ ଯେଉଁ ସ୍ଥାନରୁ ଟଙ୍କା ଉଠାଉଥିଲା, ସେ ସ୍ଥାନଗୁଡ଼ିକର ଲୋକେସନ୍ ଟ୍ରେସ୍‌ କରି ପୁଲିସ୍‌ ଶ୍ରୀଧର ପାଖରେ ପହଞ୍ଚି ଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।