ରାଜ୍ୟ

ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର : ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହୋଇଛି। ଟେକ୍ସଟାଇଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆତିଥ୍ୟ ଇତ୍ୟାଦିରେ ଅଧିକ ରୋଜଗାର ସୃଷ୍ଟି କରୁଥିବା କ୍ଷେତ୍ରଗୁଡ଼ିକରେ ସରକାର ଅଧିକ ଶିଳ୍ପ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିବା ପରେ ମନ୍ତ୍ରୀ ‌ଶ୍ରୀ ଦେବ କହିଥିଲେ, ଶିଳ୍ପ ନୀତି, ଭିତ୍ତିଭୂମି ବିକାଶ ଓ କର୍ମକୁଶଳତାର ୩ଟି ବିନ୍ଦୁ ଉପରେ ଧ୍ୟାନ ରଖି ରାଜ୍ୟ ନିବେଶକଙ୍କ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ହୋଇପାରିଛି। ଶିଳ୍ପ ବିକାଶରେ ଆଞ୍ଚଳିକ ସମାନତାକୁ ଦୃଷ୍ଟିରେ ରଖି ବିଜୁ ଏକ୍ସପ୍ରେସ୍ ୱେ ଓ ବିଜୁ ଆର୍ଥିକ କରିଡରର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି।

ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ, ୨୦୦୨-୦୩ରୁ ୨୦୨୧-୨୨ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ରହିଛି। ଧାତୁ, ମେଟାଲ ଡାଉନଷ୍ଟ୍ରିମ ଓ ଆନୁଷଙ୍ଗିକ ଶିଳ୍ପ, କେମିକାଲ ଓ ପେଟ୍ରୋକେମିକାଲ, ଟେକ୍ସଟାଇଲ ଓ ଟେକ୍‌ନିକାଲ ଟେକ୍ସଟାଇଲ, ଆଇଟି-ଆଇଟିଏସ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଆଦି କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ବ ଯୋଗୁଁ ନିବେଶକଙ୍କୁ ଓଡ଼ିଶା ଆକର୍ଷିତ କରିପାରୁଛି। କେବଳ ଶିଳ୍ପ ନୁହେଁ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିପାରିଛି। ଶିଳ୍ପ ବଜେଟରେ ବୃଦ୍ଧି, ଶିଳ୍ପ ଯୋଗୁଁ ନିଯୁକ୍ତି ସୁଯୋଗ ଓ ରାଜ୍ୟରେ ଶିଳ୍ପ ବିକାଶର ପ୍ରମୁଖ ଫଳାଫଳ ସଂପର୍କରେ ଶ୍ରୀ ଶର୍ମା ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପିକଲର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ପୁନିଆ, ଶିଳ୍ପ ନିର୍ଦେଶକ ଏମ୍‌.ସାଦ୍ଦିକ ଆଲାମ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।