ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଞ୍ଜିନିବେଶ ନାଁରେ ୮୧ଲକ୍ଷ ଟଙ୍କା ଚଳୁ: ବନ୍ଧାହେଲା ନକଲି ଟ୍ରେଡିଂ ଏକ୍ସପର୍ଟ

ଭୁବନେଶ୍ବର: ନିଜକୁ ଟ୍ରେଡିଂ ଏକ୍ସପର୍ଟ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୮୧ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ସୁନ୍ଦରପଦା ହାଇଟେକ୍‌ ପ୍ଲାଜାରେ ରହୁଥିବା ଢେଙ୍କାନାଳ ଭୁବନ ଅଞ୍ଚଳର ରାକେଶ କୁମାର ନାୟକ ଓରଫ୍ ରାଜୁ। ଅଭିଯୋଗକାରୀ ରଶ୍ମିରଞ୍ଜନ ଧଳଙ୍କ ଅଭିଯୋଗ ଆଧାରରେ ପୁଲିସ ରାଜୁକୁ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନା ମୁତାବକ ରଶ୍ମିରଞ୍ଜନ ଧଳ ପୁଞ୍ଜିନିବେଶ କରିବାକୁ ଆଗ୍ରହ କରି ଜଣେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏକ୍ସପର୍ଟଙ୍କ ନିକଟକୁ ଯାଇଥିଲେ। ସେଠାରେ ରାଜେଶ ସହ ତାଙ୍କର ସାକ୍ଷାତ ହୋଇଥିଲା। ସେ ନିଜକୁ ଜଣେ ଟ୍ରେଡିଂ ଏକ୍ସପର୍ଟ ବୋଲି ପରିଚୟ ଦେଇଥିଲା। ତା’ ନିକଟରେ ବହୁ ବଡ଼ବଡ଼ ବ୍ୟବସାୟୀ ପୁଞ୍ଜିନିବେଶ କରୁଛନ୍ତି ବୋଲି କହି ଫୁସୁଲାଇଥିଲା। ଏହା ଭିତରେ ଅନ୍ୟ ଜଣେ ଯୁବକ ମଧ୍ୟ ଠକ ରାଜୁ ସପକ୍ଷରେ ରଶ୍ମିରଞ୍ଜନଙ୍କୁ କହିଥିଲା। ସେ ନିଜକୁ ଜଣେ ନିବେଶକ ବୋଲି ପରିଚୟ ଦେବା ସହ ରାଜୁ ଜରିଆରେ ନିବେଶ କରି ଭଲ ଲାଭ ପାଉଛନ୍ତି ବୋଲି କହିଥିଲା। ତେଣୁ ରଶ୍ମିରଞ୍ଜନ ଫସିଯାଇଥିଲେ। ସେ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଦେଇଥିଲେ।

ମାସ ଶେଷରେ ତାଙ୍କୁ କେବଳ ମୁନାଫା ବାବଦରେ ୪ ଲକ୍ଷ ଟଙ୍କା ମିଳିଥିଲା। ୪ ଲକ୍ଷ ଟଙ୍କା ଦେଇ ଧୂର୍ତ୍ତ ରାଜୁ କେରାଣ୍ଡି ଗୁନ୍ଥି ବାଳିଆ ମାରିବା ଚକ୍କରରେ ଥିଲା ବୋଲି ରଶ୍ମିରଞ୍ଜନ ବୁଝିପାରିନଥିଲେ। ଏହାପରେ ସେ ବିଭିନ୍ନ ପର୍ଯ୍ୟାୟରେ ରାଜକୁ ୮୧ ଲକ୍ଷ ଟଙ୍କା ଦେଇଥିଲେ। ଏମିତିକି ନିଜର ୨୮ ଲକ୍ଷ ଟଙ୍କା ଓ ଜଣେ ବନ୍ଧୁଙ୍କ ମା’ଙ୍କଠାରୁ ୩୮ ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣି ରାଜୁକୁ ବଢ଼ାଇ ଦେଇଥିଲେ। ଧାର୍ଯ୍ୟ ଫେରସ୍ତ ସମୟ ହେବା ପରେ ଠକ ରାଜୁ ତାଙ୍କୁ ୧୪ ଲକ୍ଷ ୯୩ ହଜାର ଟଙ୍କା ଫେରାଇଥିଲା। କିନ୍ତୁ ଏହାପ‌ରେ ଆଉ ଧରାଛୁଆଁ ଦେଇନଥିଲା। ରଶ୍ମିରଞ୍ଜନ ତାକୁ ବାରମ୍ବାର ଟଙ୍କା ମାଗିବାରୁ ସେ ଏକ ଚେକ୍‌ ଧରାଇଦେଲା। ମାତ୍ର ତାହା ବାଉନ୍‌ସ ହୋଇଯାଇଥିଲା। ଏମିତି ବାରମ୍ବାର ହତାଶ ହେବା ପରେ ସେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।