ଦେଶ ବିଦେଶ ମନୋରଞ୍ଜନ

ପୁଅ ସହ ଭିଡିଓ କଲ୍‌ରେ କଥା ହେଲେ ଶାହାରୁଖ ଓ ଗୌରୀ

ନୂଆଦିଲ୍ଲୀ ୧୫।୧୦ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଆର୍ଯ୍ୟନଙ୍କର ଅସୁବିଧା ଥମିବାର ନାଁ ଧରୁ ନାହିଁ। ଗତ କାଲି ଜାମିନ୍‌ ଶୁଣାଣି ତାଙ୍କର ସ୍ଥଗିତ ରଖା ଯାଇଛି । ଯାହା ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ଏଥି ସହ ବର୍ତ୍ତମାନ ତାଙ୍କୁ ଆର୍ଥର ଜେଲର ସାଧାରଣ ସେଲକୁ ନିଆଯାଇଛି । ଏହାରି ମଧ୍ୟରେ କୁହା ଯାଇଛି କି ଆର୍ଯ୍ୟନ୍‌ ଜେଲ୍‌ରେ ତାଙ୍କ ବାପା –ମାଆଙ୍କ ସହ ଭିଡିଓ କଲ୍‌ ରେ କଥା ହୋଇଛନ୍ତି ।

ତେବେ ଆର୍ଯ୍ୟନ୍‌ ଆର୍ଥର ଜେଲ୍‌ରେ ରହିବା କିଛିଦିନ ବିତି ଗଲାଣି । ଏହାରି ମଧ୍ୟରେ ଶାହାରୁଖ ଓ ଗୌରୀ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜେଲ୍‌ ଅଧିକାରୀଙ୍କ ଠାରୁ ପଚରାଉଚୁରା କରୁଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ଆର୍ଯ୍ୟନ୍‌ ତାଙ୍କ ବାପା ମାଆ ତଥା ଶାହାରୁଖ ଓ ଗୌରୀଙ୍କ ସହ ଭିଡିଓ କଲ୍‌ରେ କଥା କରା ଯାଇଛି। କାରଣ ଏହା ମହାମାରୀ କରୋନା ଯୋଗୁଁ ଏହି ନିୟମ କରା ଯାଇଛି । କଏଦୀଙ୍କ ସହ ସପ୍ତାହରେ ୨ ଥର ଭିଡିଓ କଲ୍‌ରେ ଘରର ସଦସ୍ୟଙ୍କ ସହ କଥା କରା ଯାଇପାରିବ । ଅନ୍ୟପଟେ ଜେଲ୍‌ରେ କଏଦୀମାନଙ୍କ ପାଇଁ ମୋବାଇଲ ଫୋନ୍ ଉପଲବ୍ଧ କରାଯାଇଛି। ଯାହା ମାଧ୍ୟମରେ ଭିଡିଓ କଲ୍‌ ହୋଇ ପାରିବେ। ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍‌ ଜେଲ୍‌ରେ କଏଦୀ ନମ୍ବର ମଧ୍ୟ ଦିଆଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ