ଅପରାଧ ରାଜ୍ୟ

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା

ତେଲକୋଇ ୦୮।୦୬ : ମଦ ନିଶା ହେଲା କାଳ । ମାକୁ ଶାବଳରେ ପିଟି ପିଟି ହତ୍ୟା ନୃଶଂସ ପୁଅ । କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲେ । ମାଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । କିଛି ସମୟ ଧରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । ମଦ ନିଶାରେ ଥିବା ଡୁବୁରୁ ଉତ୍ୟକ୍ତ ହୋଇ ପ୍ରଥମେ ମା ମୁଣ୍ଡକୁ ତଳେ ପିଟି ଦେଇଥିଲେ । ପରେ ଏକ ଶାବଳରେ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ । ଶେଷରେ ମାର ଶବକୁ ଘୋସାଡି ନେଇ ତୁଳସୀ ମୁଣ୍ଡାଙ୍କ ଝିଅ ଘରେ ପକାଇ ଦେଇଥିଲେ। ସେପଟେ ବୁଧବାର ସକାଳୁ ଡୁବୁରୁଙ୍କ ବଡଝିଅ ଶ୍ରାବଣୀ ତୁଳସୀଙ୍କ ମୃତଦେହକୁ ଦେଖି ସାହି ଲୋକଙ୍କୁ କହିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।