ଅପରାଧ ରାଜ୍ୟ

ପୁଅ-ବୋହୂଙ୍କ ନାମରେ ହରିଦ୍ବାର ମହିଳାଙ୍କ ମାମଲା: ବର୍ଷକରେ ନାତି କି ନାତୁଣୀ ଦିଅ, ନଚେତ ୫ କୋଟି ଟଙ୍କା ଦିଅ

ହରିଦ୍ବାର: ହରିଦ୍ବାରର ଜଣେ ମହିଳା ହରିଦ୍ବାର ଜିଲ୍ଲା କୋର୍ଟରେ ଏକ ଅଦ୍ଭୁତ ପ୍ରକାର ମାମଲା ରୁଜୁ କରିଛନ୍ତି। ତାଙ୍କ ପୁଅ-ବୋହୂ ୬ ବର୍ଷର ବିବାହ ପରେ ବି ସନ୍ତାନ ଜନ୍ମ ନ କରିବା ଯୋଗୁ ସେ ମାନସିକ ନିର୍ଯାତନା ପାଉଛନ୍ତି ବୋଲି କୋର୍ଟରେ ଅଭିଯୋଗ କରିଛନ୍ତି। ସନ୍ତାନ ଜନ୍ମ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ସେ ପୁଅ-ବୋହୂଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ନିଜ ଜୀବନର ସମସ୍ତ ଉପାର୍ଜିତ ଧନ ସେ ତାଙ୍କ ପୁଅର ଭରଣପୋଷଣ ପାଇଁ ଖର୍ଚ୍ଚ କରି ବର୍ତ୍ତମାନ ନିଃସ୍ବ। ଋଣ କରି ଘର ତିଆରି କରିଥିବା ବେଳେ ତାକୁ ଶୁଝିବାକୁ ଏବେ ଅସମର୍ଥ। ବୋହୂର ପ୍ର‌ରୋଚନାରେ ପୁଅ ବର୍ତ୍ତମାନ ଆଉ ତାଙ୍କୁ ପଚାରୁ ନାହିଁ ବରଂ କଳି କରୁଛି। ବିବାହର ଛଅ ବର୍ଷ ବିତି ଯାଇଥିଲେ ମଧ୍ୟ ସନ୍ତାନ ଜନ୍ମ କରିବା ପାଇଁ ପୁଅ-ବୋହୂ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ସେ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି। ପୁଅ ଏକ ନାମୀ ବିମାନ କମ୍ପାନିରେ ପାଇଲଟ ଥିବା ବେଳେ ବୋହୂ ମଧ୍ୟ ନଏଡ଼ାରେ କାମ କରୁଛି। ପୁଅ-ବୋହୂ ଆଦୌ ପଚାରୁ ନାହାନ୍ତି କି ‌ଆର୍ଥିକ ସହାୟତା ପାଇଁ ରାଜି ହେଉନାହାନ୍ତି। ବଂଶର ଭବିଷ୍ୟତକୁ ନେଇ ମଧ୍ୟ ସେ ଚିନ୍ତିତ। ତେଣୁ ଆସନ୍ତା ଏକ ବର୍ଷ ମଧ୍ୟରେ ପୁଅବୋହୂ ଯଦି ତାଙ୍କୁ ନାତି କିମ୍ବା ନାତୁଣୀଟିଏ ଦେବେ ନାହିଁ ତେବେ ସେମାନେ ତାଙ୍କୁ ୫ କୋଟି ଟଙ୍କାର କ୍ଷତିପୂରଣ ଦେବେ। ପୁଅ-ବୋହୂ ଉପରେ ଖର୍ଚ୍ଚ କରିଥିବା ଟଙ୍କାର ସମସ୍ତ ପ୍ରମାଣ ମଧ୍ୟ ସେ କୋର୍ଟ ନିକଟରେ ଦାଖଲ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।