ଦେଶ ବିଦେଶ ମନୋରଞ୍ଜନ

ପୁଅକୁ ମୁକୁଳାଇବା ପାଇଁ ଶାହରୁଖ ଖାନ ପ୍ରସ୍ତୁତ କଲେ ଓକିଲଙ୍କ ସେନା

ମୁମ୍ବାଇ: ଜେଲରେ ଥିବା ପୁଅ ଆରୟନ ଖାନଙ୍କୁ ଜାମିନ ଦେବା ପାଇଁ ତାଙ୍କ ବାପା ତଥା ବଲିଉଡ ଅଭିନେତା ଶାହରୁଖ ଖାନ ଓକିଲଙ୍କ ସେନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି | କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ତାଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ ଦେବା ପାଇଁ କେବଳ ଜଣେ ଓକିଲ ସତୀଶ ମାନସିନ୍ଦେଙ୍କ ଉପରେ ଭରସା କରିନାହାଁନ୍ତି | ବରଂ ଆଉ କିଛି ବରିଷ୍ଠ ଓକିଲଙ୍କୁ ମଧ୍ୟ ଏହି ମାମଲା ଲଢ଼ିବା ପାଇଁ ପଠାଇଛନ୍ତି | ରିୟା ଚକ୍ରବର୍ତ୍ତୀ ମାମଲାରେ ଲଢ଼ିଥିବା ବରିଷ୍ଠ ଓକିଲ ସତୀଶ ମାନସିନ୍ଦେ ଏହି ମାମଲାର ପ୍ରଥମେ ଓକିଲାତି କରିଥିଲେ।

ଏହା ପରେ ସଲମାନ ଖାନଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିବା ଅମିତ ଦେଶାଇଙ୍କୁ ମଧ୍ୟ ଆରୟନଙ୍କୁ ଜାମିନ ଦେବାପାଇଁ ନିୟୋଜିତ କରାଯାଇଥିଲା | ବର୍ତ୍ତମାନ ଭାରତ ସରକାରଙ୍କ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ବମ୍ବେ ହାଇକୋର୍ଟରେ ଆରୟନ ଖାନଙ୍କ ଜାମିନକୁ ନେଇ ଯୁକ୍ତି ରଖିବେ | ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ ଥିଲେ ଏବଂ ନିକଟରେ କହିଥିଲେ ଯେ ଶାହାରୁଖଙ୍କ ପୁଅକୁ ଜାମିନ ପ୍ରଦାନ କରାଯିବା ଉଚିତ। କେବଳ ଏତିକି ନୁହେଁ ଶାହାରୁଖ ଖାନ ତାଙ୍କ ପୁଅ ଆରୟନଙ୍କ ପାଇଁ ଆଇନ ଫାର୍ମ(ଲ ଫାର୍ମ) କରଞ୍ଜୱାଲା ଆଣ୍ଡ କୋ ସହ ମଧ୍ୟ ଯୋଗାଯୋଗ କରିଛନ୍ତି | ଏହା ବ୍ୟତୀତ ରୁବି ସିଂ ଅହୁଜା ଏବଂ ସନ୍ଦୀପ କପୁରଙ୍କ ଟିମ ମଧ୍ୟ ବମ୍ବେ ହାଇକୋର୍ଟରେ ଆରୟନ ଖାନ ଜାମିନ ପାଇବାକୁ ଓକିଲାତି କରିବେ। ଓକିଲମାନଙ୍କର ଏହି ସେନାରେ ଆନନ୍ଦିନୀ ଫର୍ଣ୍ଣାଣ୍ଡିସ୍ ଏବଂ ରୁଷ୍ଟମ ମୁଲ୍ଲା ପରି ବଡ଼ ବଡ଼ ଓକିଲ ମଧ୍ୟ ରହିଛନ୍ତି | ସୂଚନା ଥାଉ କି ଶାହରୁଖଙ୍କ ପୁଅ ଆରୟନ ଏବେ ମୁମ୍ବାଇସ୍ଥିତ ଆର୍ଥର ରୋଡ୍ ଜେଲରେ ରହିଛନ୍ତି । ଅକ୍ଟୋବର ୩ରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ରରେ ଚାଲିଥିବା ଏକ ଡ୍ରଗ୍ସ ପାର୍ଟରୁ ଗିରଫ କରିଥିଲା ଏନସିବି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ