ଅପରାଧ ରାଜ୍ୟ

ପିଲାଛୁଆ ହେଲାନି ବୋଲି ମାରିଦେଲେ ! ଶାଶୁ ଘର ନାଁରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର

ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିବାହର ଦୁଇ ବର୍ଷ ପରେ ପିଲା ପିଲି ନହେବାରୁ ବଧୂ ହତ୍ୟା ଅଭିଯୋଗ । ଝିଅ ପରିବାର ପକ୍ଷରୁ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ।

ଖବର ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ଗାଁର ସୁଜାତା ୨୦୨୦ ମସିହା ଜୁନ ମାସ ୨୯ ତାରିଖରେ ବଣିଆ ଗାଁର ଅନନ୍ତ ଜେନାଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସୁଜାତା ତାଙ୍କ ଘର ଲୋକଙ୍କୁ କହିଥିଲେ । ଏମିତି କି ପିଲା ପିଲି ହେଉନଥିବାରୁ ମଧ୍ୟ ନିର୍ଯାତନା ଦିଆଯାଉଥିବା କହିଛନ୍ତି ତାଙ୍କ ଭଉଣୀ । ତେବେ ସୁଜାତାଙ୍କ ଗାଁ ଲୋକେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଓ ମାଙ୍କୁ ଜଣାଇଥିଲେ । ଖବର ପାଇଁ ମେଡିକାଲ ରେ ପହଞ୍ଚି ଝିଅ ର ମୃତଦେହ ଦେଖିଥିଲେ । ତେବେ ଝିଅକୁ ହତ୍ୟା କରାଯାଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତକଙ୍କ ସ୍ୱାମୀ ଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।