ଲମତାପୁଟ ୨୦।୦୬ : ଭୁଲିଗଲା ସ୍ନେହ । ପୁଅର ଶାବଳ ଚୋଟରେ ଚାଲିଗଲା ବାପାଙ୍କ ଜୀବନ । ମୃତକ ଡମୁ ଖରା ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପେଦାଢାବା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ପୁଅ ତ୍ରିନାଥ ଖରାଙ୍କ କୌଣସି କାରଣକୁ ନେଇ ବାପା ଡମୁ ଖରାଙ୍କ ସହ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ବଢିଯାଇଥିଲା । ଶେଷରେ ପୁଅ ରାଗିଯାଇ ଶାବଳରେ ବାପାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ବାପା ଡମୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ସୂଚନା ଦିଆଯାଇଛି । ସେ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।