ଅପରାଧ ରାଜ୍ୟ

ପିକଅପ୍ ଡ୍ରାଇଭରଙ୍କୁ ଗୁଳିମାଡ଼: ଗୁଳିକାଣ୍ଡର କାରଣ ଅସ୍ପଷ୍ଟ

ରାଉରକେଲା: ଆଜି ସକାଳ ପ୍ରାୟ  ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛିl ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତିl ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ତାଙ୍କ ଛାତିରେ ଗୁଳି ବାଜିଛିl ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛିl ଗୁଳି ଚଳାଇଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଶ୍ରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜା ନିଜ ଘର ଆଗରେ ପଡ଼ୋଶୀମାନଙ୍କ ସହ କଥା ହେଉଥିଲେl ହଠାତ ଏକ ମୋଟରବାଇକ ଦୁଇ ଅଜ୍ଞlତ ଯୁବକ ପହଞ୍ଚି କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେl ଦୁଇ ଜଣଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ରାଜାର ଛାତିକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ l ରାଜା ତଳେ ପଡ଼ିଯିବା ପରେ ଦୁଇ ଯୁବକ ସେଠାରୁ  ମୋଟରବାଇକରେ ଫେରାର ହୋଇଯାଇଥିଲେl ପରିବାରଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତିl

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।