ମନୋରଞ୍ଜନ

ପାୟଲଙ୍କ ବିରୋଧରେ ମାମଲା ରୁଜ୍ଜୁ: ମହାତ୍ମା ଗାନ୍ଧୀ, ନେହରୁଙ୍କ ଵିରୋଧରେ କରିଥିଲେ ଆପତ୍ତିଜନକ କମେଣ୍ଟ

ମୁମ୍ବାଇ ୦୧/୦୯ : ଅଭିନେତ୍ରୀ ପାୟଲ ରେହତୋଗୀଙ୍କର ବିବାଦ ସହ ପୁରୁଣା ସମ୍ପର୍କ ଅଛି। ସୋସିଆଲ ମିଡ଼ିଆରେ ଏକ ଆପତ୍ତିଜନକ ଭିଡିଓ ସେୟାର କରିବାରୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ପାୟଲଙ୍କ ବିରୋଧରେ ପୁନେରେ ଏଫଆଇଆର ରୁଜ୍ଜୁ ହୋଇଛି। ରିପୋର୍ଟ ଅନୁଯାୟୀ, ସେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପାୟଲ ରେହତୋଗୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ପ୍ରସଙ୍ଗ ଉପରେ ନିଜ ମତାମତ ରଖନ୍ତ।| ଏଥର ତାଙ୍କ ଭିଡିଓ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ନିମନ୍ତେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ପୁନେରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

ରିପୋର୍ଟ ଅନୁଯାୟୀ, ପୁନେର କଂଗ୍ରେସ ଜେନେରାଲ ସେକ୍ରେଟାରୀ ସଙ୍ଗୀତା ତିୱାରୀ ଶିବାଜୀନଗର ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ କ୍ୟାଟ୍ରିନା କୈଫଙ୍କ ଫଟୋ ସେୟାର କରି ସେ ଚର୍ଚ୍ଚାକୁ ଆସିଥିଲେ। ସେ ଲେଖିଥିଲେ, ସମସ୍ତେ ଏମିତି ହିଁ ଆରମ୍ଭ କରନ୍ତି, ଏପରିକି ସଲମାନ ଖାନଙ୍କ ହିରୋଇନ ମଧ୍ୟ।

ଗତ ବର୍ଷ ମଧ୍ୟ ପାୟଲ ନେହରୁ ପରିବାର ବିରୋଧରେ ଅପମାନଜନକ କମେଣ୍ଟ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ରାଜସ୍ଥାନ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ