ଅପରାଧ ରାଜ୍ୟ

ପାଳି ପୋଷି ବଡ଼ କରିଥିବା ବାପା ଏବେ ଅଲୋଡ଼ା, ରଥଯାତ୍ରାରେ ପୁରୀ ଆଣି ଛାଡି ଚାଲିଗଲେ ୪ ପୁଅ

ପୁରୀ,୧୫/୦୭: ଯେଉଁ ପୁଅକୁ କାନ୍ଧରେ ବସାଇ ରଥ ଦେଖାଇଥିଲେ, ସେହି ପୁଅ ରଥ ସାମ୍ନାରେ ଛାଡ଼ି ଦେଇ ଚାଲିଗଲା । ପାଳି ପୋଷି ବଡ଼ କରିଥିବା ବାପା ଏବେ ଅଲୋଡ଼ା । ବଡ଼ଦାଣ୍ଡ ତାଙ୍କ ପାଇଁ ଠିକଣା ପାଲଟି ଯାଇଛି । ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ । ବୃଦ୍ଧ ଜଗବନ୍ଧୁ କହିଛନ୍ତି, ଶିବରାମ, ସମୀର, ଶଙ୍କର ଓ ସୁଶାନ୍ତ ନାମକ ତାଙ୍କର ୪ ପୁଅ ଅଛନ୍ତି ।

ପ୍ରତି ପୁଅ ମାସେ ଲେଖାଏଁ ପାଳି କରି ତାଙ୍କୁ ପୋଷୁଛନ୍ତି । ରଥଯାତ୍ରା ଦେଖିବାକୁ ମନ ବଳିଥିଲା । ତେଣୁ ପୁଅମାନଙ୍କୁ କହିଥିଲେ । କେହି ଆଣିବାକୁ ରାଜି ହୋଇ ନଥିଲେ । ଜିଦ୍‌ ଧରିବାରୁ ପୁଅ ସମୀର ତାଙ୍କୁ ନେଇ ପୁରୀ ଆସିଥିଲା । କିନ୍ତୁ ପୁଅ ତାଙ୍କୁ ଘରକୁ ନେଇ ନଥିଲା । ବାପା ତୁମେ ଏଠାରେ ତୀର୍ଥ କର ବୋଲି କହି ରଥ ସମ୍ମୁଖରେ ଛାଡ଼ିଦେଇ ଘରକୁ ଫେରିଗଲା ପୁଅ ।

ଯିବାବେଳେ ବାପାଙ୍କୁ ୨୦ ଟଙ୍କା ଦେଇଥିଲା ସମୀର । ସେଥିରୁ ପୁଣି ୧୦ ଟଙ୍କା ଦେଇ ଉଭୟ ଚା’ ପିଇଥିଲେ । ବାକି ୧୦ ଟଙ୍କା ପୁଅର ସନ୍ତକ ବୋଲି କହି ପକେଟରେ ସାଇତି ରଖିଛନ୍ତି ବୃଦ୍ଧ ।ବଡ଼ଦାଣ୍ଡରେ ବୁଲି ପୁଅକୁ ବହୁତ ଖୋଜିଲେ ବୃଦ୍ଧ ଜଗବନ୍ଧୁ । ନପାଇବା ପରେ ପୁଅ ପାଇଁ ଏବେ ଅଲୋଡ଼ା ହୋଇ ଯାଇଥିବା କଥା ଭାବି ସେ କାନ୍ଦି ପକାଉଛନ୍ତି । ଗଳି କନ୍ଦି ବୁଲି ଭୋକ ଉପାସରେ ୧୨ ଦିନ ବିତିଥିଲା ।

ଗତ ୧୨ ତାରିଖରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଗୋଡ଼ହାତ ସହ ଦେହରେ କ୍ଷତ ସୃଷ୍ଟି ହୋଇଥିଲା । ସେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସର୍ଜରୀ ୱାର୍ଡରେ ୨ ଦିନ ଧରି ଚିକିତ୍ସାଧୀନ ଥିବା ବ୍ରଜବନ୍ଧୁଙ୍କ ପକେଟରେ କେବଳ ପୁଅ ଦେଇଥିବା ୧୦ ଟଙ୍କା ଛଡ଼ା କୌଣସି ପରିଚୟ ପତ୍ର ନାହିଁ । ସେ ଭଲରେ କଥା କହି ପାରୁ ନଥିବାରୁ ଠିକଣା କିମ୍ବା ପରିଚୟ ବୁଝିବା ମଧ୍ୟ ଅନ୍ୟମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି ।

ୱାର୍ଡରେ ଚିକିତ୍ସାଧୀନ ଅନ୍ୟ ଜଣେ ରୋଗୀ ଭଦ୍ରକର ନିର୍ମଳ ପଣ୍ଡାଙ୍କ ୫ ବର୍ଷର ପୁଅ ଶୁଭମ୍‌ ଏବେ ବୃଦ୍ଧ ଜଗବନ୍ଧୁଙ୍କ ସେବା କରୁଛନ୍ତି । ଗୁରୁବାର ବୃଦ୍ଧଙ୍କ ସମସ୍ୟା ସମ୍ପର୍କରେ ପୁରୀର ସ୍ୱେଚ୍ଛାସେବୀ ଚନ୍ଦ୍ରଶେଖର ମିଶ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ପରେ ଘଟଣା ପଦାକୁ ଆସିଛି । ବଡ଼ପୁଅ ଶିବରାମକୁ ଖବର ଦେଲେ ସେ ମୋତେ ନେଇଯିବ ବୋଲି କହୁଛନ୍ତି ବୃଦ୍ଧ । ତେଣୁ ପୁଅମାନେ ବୃଦ୍ଧଙ୍କୁ ଘରକୁ ଫେରାଇ ନିଅନ୍ତୁ ବୋଲି ସୋସିଆଲ୍‌ ମିଡିଆ ମାଧ୍ୟମରେ ଅନେକ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।