ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଳଲହଡ଼ା ଥାନାରେ ଥାର୍ଡ ଡିଗ୍ରି ଘଟଣା: ଏସ୍‌ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଖମାର : ପାଳଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍‌ଆଇଙ୍କ ସମେତ୩ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ, ପାଳଲହଡ଼ା ଥାନା ସବ ଇନ୍‌ସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳ। ସେମାନଙ୍କ ବିରୋଧରେ ଦଫା ୩୨୩, ୫୦୬/୩୪ରେ କେସ ନମ୍ବର ୨୪ରେ ଏକ ମାମଲା ରୁଜ୍ଜୁ ହୋଇଛି।

ପୁଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକଙ୍କ ନାଁ ଆଦିତ୍ୟ କୁମାର ବେହେରା। ଘର ଖମାର ଥାନା ଜଗନ୍ନାଥପୁର ଗାଁରେ। ଆଦିତ୍ୟଙ୍କ ସ୍ତ୍ରୀ ମମତା ସେଠୀଙ୍କ ଏତଲା ମୁତାବକ, ତାଙ୍କ ସ୍ୱାମୀ ଆଦିତ୍ୟ ଗତ ୭ତାରିଖ ଦିନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଯାଇଥିଲେ। ସମବାୟ ବ୍ୟାଙ୍କରୁ ୩୦ହଜାର ଟଙ୍କା ଉଠାଇ ଥିଲେ। ସେଥିରୁ ୧୦ହଜାର ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପାଳଲହଡ଼ା ଶାଖାରେ ଜମା କରି ଘରକୁ ଫେରିଥିଲେ। ତାର କେଇ ଘଣ୍ଟା ପରେ ପାଳଲହଡ଼ା ଥାନା ପୁଲିସ ରାତି ଅଧରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା। ବ୍ୟାଙ୍କ୍‌ ନିକଟରେ ଘଟିଥିବା ଏକ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ତାଙ୍କୁ ଜଡିତ କରି ଥାନାରେ ପଚରାଉଚରା କରିଥିଲା। ଥାନା ଏସଆଇ ଶ୍ରୀ ସାହୁ, କନେଷ୍ଟବଳ ଶ୍ରୀ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ ତାଙ୍କୁ ଚୌକିରେ ବାନ୍ଧି ଓଲଟାଇ ଦେଇଥିଲେ। ବେକଠାରୁ ଗୋଡ଼ ଯାଏ ପିଟିଥିଲେ। ଏମିତି ମାରିଥିଲେ ଆଦିତ୍ୟ ପାଣି ବି ପିଇ ପାରୁ ନାହାନ୍ତି। ଦୋଷ ମାନି ଯିବା ପାଇଁ ଧମକାଇବା ସହିତ ଏକ ସାଦା କାଗଜରେ ଦସ୍ତଖତ କରାଇନେଲେ। ପାଣି ମାଗିଲେ ବି ଦେଇନଥିଲେ।

ପୁଲିସ ମାଡ଼ରେ ଆଦିତ୍ୟ ଅସୁସ୍ଥ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ପୁଲିସ ଧମକରେ ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି ବୋଲି ଶ୍ରୀମତୀ ସେଠୀ ନିଜ ଏତଲାରେ ଦର୍ଶାଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।