ଅପରାଧ ଦେଶ ବିଦେଶ

ପାର୍ଥ-ଅର୍ପିତା ୧୪ ଦିନ ପାଇଁ ଜେଲ୍‌ ଗଲେ

କୋଲକାତା : ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଶୁକ୍ରବାର ଦିନ ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଯାଇଛି । ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତରେ ଶୁକ୍ରବାର ଦିନ ଉଭୟଙ୍କୁ ହାଜର କରାଯାଇଥିଲା ଏବଂ ଅଦାଲତ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୨୩ରେ ଉଭୟଙ୍କ ଗିରଫଦାରୀ ପରେ ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ୍‌ରେ ନେଇଥିଲା। ପାର୍ଥଙ୍କ ମହିଳା ବନ୍ଧୁ ଅର୍ପିତାଙ୍କ ଘରୁ ପ୍ରାୟ ୫୦ କୋଟି ଟଙ୍କା ସହିତ ୫ କେଜି ସୁନା ଜବତ ହୋଇଥିବା ବେଳେ ପାର୍ଥଙ୍କ କଳା କାରନାମା ସଂକ୍ରାନ୍ତ ଅନେକ ଦସ୍ତାବିଜ ମଧ୍ୟ ଜବତ ହୋଇଛି। ସମସ୍ତ ଟଙ୍କା କାରବାର ଏବଂ ଘରେ ଟଙ୍କା ରଖିବା କାମ ପାର୍ଥ ନିଜେ କରୁଥିଲେ ବୋଲି ଅର୍ପିତା ତାଙ୍କ ବୟାନରେ କହିଥିବା ବେଳେ ପାର୍ଥ ଏହାକୁ ଖଣ୍ଡନ କରିଛନ୍ତି। ଏପରିକି ସେ ଅର୍ପିତାଙ୍କୁ ଚିହ୍ନି ନଥିବା ଓ ଜବତ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି।
ଶିକ୍ଷକମାନଙ୍କ ବଦଳି ଓ କଲେଜଗୁଡ଼ିକୁ ସ୍ବୀକୃତି ଦେବା ପାଇଁ ବିପୁଳ ଲାଞ୍ଚ ଗ୍ରହଣ କରାଯାଇଥିବା ବେଳେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ଶହ ଶହ ଅଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଲାଞ୍ଚ ଗ୍ରହଣ କରି ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିବାରୁ ହାଇକୋର୍ଟ ଏହି ମାମଲାରେ ତଦନ୍ତ ତ୍ବରାନ୍ବିତ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ଅଭିଯୋଗ କରିଛି, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପୃକ୍ତି ରହିଛି। ପ୍ରଥମେ ତୃଣମୂଳ କଂଗ୍ରେସ ପାର୍ଥଙ୍କ ସମର୍ଥନରେ ବାହାରିଥିଲା। କିନ୍ତୁ ପରେ ଦଳ ଏହାର ମତ ବଦଳାଇବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ