ଜଳେଶ୍ୱର ୨୫।୦୫ : ଟ୍ରକ ଧକ୍କାରେ ହେଲ୍ପର ମୃତ୍ୟୁ । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ହେଲ୍ପର ଜଣଙ୍କ ରୁପ୍ସା ଥାନା ପୋଢାଡିହା ଗାଁର ରତିକାନ୍ତ ଜେନା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସମ୍ମୁଖରେ ଏକ ଟ୍ରକ ପାର୍କିଙ୍ଗ ହୋଉଥିଲା । ଠିକ୍ ଏହି ସମୟରେ ଟ୍ରକର ପଛରେ ଥିବା ହେଲ୍ପର ଉପରେ ପଛ ଚକା ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ହେଲ୍ପରର ମୃତ୍ୟୁ ଘଟିଥିଲା । ସେପଟେ ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।