ଅପରାଧ ରାଜ୍ୟ

ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା ୫ଟି କାର୍

ଗଜପତି ୨୩।୦୫: ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା କାର୍ । ଗୋଟିଏ କି ଦୁଇଟି ନୁହେଁ ୫ଟି କାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିସରରେ ଥିବା ପାର୍କିଂରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାର୍କିଂରେ ରଖାଯାଇଥିବା ୫ଟି କାର୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋଟିଏ କାର୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେମିତି କାର୍ ଗୁଡିକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

କେହି ଦୁର୍ବୃତ୍ତ କାର୍ ଗୁଡିକରେ ଜାଣିଶୁଣି ନିଆଁ ଲଗାଇ ଥାଇପାରେ ବୋଲି ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି । ଅଜଣା ଦୁର୍ବୃତ୍ତ କାର ଜାଳି ଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।