ଅପରାଧ ରାଜ୍ୟ

ପାରିବାରିକ କଳହର କୁପରିଣତି, ସ୍ବାମୀ ହାତରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ ୧୨।୭: ହତ୍ୟାକାରୀ ସାଜିଲା ସ୍ଵାମୀ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗ୍ରାମରେ ଘଟିଠି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ହତ୍ୟା କରି ଏକ ବିଲରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ମୃତକ ହେଲେ ସୁଶିଲା ବାଗ । ସେ ଗତ ୧୦ ତାରିଖରୁ ନିଖୋଜ ଥିବା ନେଇ ସୁଶିଲାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସକାଳୁ ବିଲରୁ ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚିବା ପରେ ମୃତଦେହ ସୁଶିଲାଙ୍କର ବୋଲି ଜଣାପଡିଥିଲା । ପୋଲିସ ପ୍ରାଥମିକ ତଦନ୍ତରେ ସ୍ଵାମୀର ସଂପୃକ୍ତି ଥିବା ଜାଣିପାରି ଥାନାରେ ଅଟକ ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।