ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଚଣ୍ଡିଖୋଲ : ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପୁରୀ ସର୍କଲ ଅଧୀନରେ ଏହି ବିଧିବଦ୍ଧ ଖନନ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହୋଇଛି। ଖନନ ସମୟରେ ଖଣ୍ଡୋଲାଇଟ ପଥରରେ ଗଢ଼ା ହୋଇଥିବା ସାଢ଼େ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ବୌଦ୍ଧସ୍ତୂପର ଭଗ୍ନ ରୂପରେଖ ଲୋକଲୋଚନକୁ ଆସିଛି। ସ୍ତୂପର ନିମ୍ନଭାଗ ବର୍ଗାକାର ପ୍ରାୟ ୧୮ ମିଟର ରହିଛି। ଉପରିଭାଗ ବୃତ୍ତାକାର ଥିବାବେଳେ ଏହା ସମୁଦ୍ର ପତ୍ତନଠାରୁ ୧୩୭ ମିଟର ଉଚ୍ଚରେ ରହିଛି। ଖଣ୍ଡୋଲାଇଟ ପଥରର ଆକାର ୨ ଫୁଟରେ ୨ ଫୁଟ ଏବଂ ୩ ଫୁଟରେ ୨ ଫୁଟ ରହିଛି।
ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ୧୩୦୦ ବର୍ଷ ତଳର ଏହି ପୁରାତାତ୍ତ୍ୱିକ ବୋଦ୍ଧକୀର୍ତ୍ତିରାଜି ଆବିଷ୍କୃତ ହୋଇଛି ବୋଲି କହିଛନ୍ତି ଖନନ ଦାୟିତ୍ୱରେ ଥିବା ପୁରୀ ସର୍କଲର ପ୍ରତ୍ନତତ୍ତ୍ୱ ଅକ୍ଷୀକ୍ଷକ ଡ. ଦିବିଶଦ ଗଡ଼ନାୟକ। ସ୍ତୂପର ଉତ୍ତର ପଟରୁ ପ୍ଲାଟଫର୍ମର ଗୋଟିଏ ସ୍ତର ଦୃଶ୍ୟମାନ ହୋଇଛି। ଆଉ ଦୁଇ ସପ୍ତାହର ଖନନ ପରେ ପୂର୍ଣ୍ଣାଙ୍ଗ ଚିତ୍ର ଜଣାପଡ଼ିବ।
ଉଲ୍ଲେଖେଯାଗ୍ୟ ଯେ ଚଣ୍ଡିଖୋଲରୁ ପାରାଦୀପକୁ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ୧୮ କିମି ଦୂର ଡାହାଣ ପାର୍ଶ୍ୱରେ ଯାଜପୁର ଜିଲ୍ଲାର ପଲାଇ ପଞ୍ଚାୟତରେ ରହିଛି ପାରାଭାଡ଼ି ବୌଦ୍ଧସ୍ତୂପ। ବର୍ତ୍ତମାନ ଖନନ କାର୍ଯ୍ୟରେ ପ୍ରାୟ ୩୦ ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିୟୋଜିତ ଅଛନ୍ତି। ସକାଳ ସାଢ଼େ ୬ଟାରୁ ଏହି ଖନନ କାର୍ଯ୍ୟ କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l