ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପାନୀୟ ଜଳ ପାଇଁ ସଂଘର୍ଷ : ବୋରଓ୍ବେଲରୁ ବାଉଁଶନଳରେ ପାଣି ବାହାର କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡି ୬।୭: ବୋରଓ୍ବେଲ ଖୋଳା ହୋଇଛି ସମ୍ପୂର୍ଣ୍ଣ ହୋଇନି ନିର୍ମାଣ କାର୍ଯ୍ୟ । ପାଣି ପାଇଁ ହାହାକାର । ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା ଯୋଗୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ୮ ମାସ ତଳେ ନଳକୂପ ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି । ଫଳରେ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ ନମ୍ବର ଓ୍ବାର୍ଡ ବଣ୍ଡାପାଙ୍ଗ ଗ୍ରାମରେ । ଏହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଗୋଟିଏ ନଳକୂପ ରହିଛି ଯାହାକି ଗ୍ରାମବାସୀଙ୍କ ପାଇଁ ଉପଯୁକ୍ତ ନୁହେଁ । ହେଲେ ସରକାରଙ୍କ ତରଫରୁ ଗ୍ରାମରେ ଆଉ ଗୋଟିଏ ନଳକୂପ ଖୋଳାଯାଇଛି ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ନମ୍ବର ଓ୍ବାର୍ଡ ବଣ୍ଡାପାଙ୍ଗ ଗ୍ରାମରେ ଅଛି ଚୁଆ । ଯେଉଁଠି କି ପ୍ରତ୍ୟେକ ଦିନ ଗ୍ରାମର ମହିଳା ପୁରୁଷ ଗାଧୋଇବା ସହ ଏଠାରୁ ପାଣି ନେଇ ବ୍ୟବହାର କରନ୍ତି । ଲୁଗା ସଫା କରିବାଠାରୁ ନେଇ ଅନ୍ୟ କାର୍ଯ୍ୟ ପାଇଁ ଏହି ଚୁଆ ଉପରେ ନିର୍ଭର କରିବାକୁ ପଡିଥାଏ । ଏହି ଚୁଆ ପାଣିକୁ ଆଉ ଗ୍ରାମରେ ଖୋଲା ଯାଇଥିବା ନଳକୂପରୁ ବାଉଁଶ ନଳ ମାଧ୍ୟମରେ ପାଣି ବାହାର କରୁଛନ୍ତି ଗ୍ରାମର ମହିଳା ମାନେ । ଏହି ନଳକୂପରୁ ପାଣି ବାହାର କରି ପରିବାର ଲୋକେ ଖାଦ୍ୟ ପ୍ରସ୍ତୁତି, ପାନୀୟ ଜଳ, ଗାଧୋଇବା ଓ ଲୁଗା ସଫା କରିବା ପାଇଁ ନାଳ, ଚୁଆ ପାଣି ଉପରେ ନିର୍ଭର କରନ୍ତି ।

ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଗାଁର ସମସ୍ତ ଘରକୁ ଘର ପାଣି ଯୋଗାଇ ଦେଉଥିଲା ବେଳେ ଉକ୍ତ ଗାଁକୁ କେଉଁ କାରଣରୁ ପ୍ରଶାସନ ଦୃଷ୍ଟି ଦେଉ ନାହାଁନ୍ତି ତାହା ଅଭିଯୋଗ ଆଣିଛନ୍ତି ସମସ୍ତ ଗ୍ରାମବାସୀ । ଏହାର ସମାଧାନ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେବ ପଞ୍ଚାୟତ ଜନ ପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ଜିଲ୍ଲା ପ୍ରଶାସନ ଆଗରେ ପାଣି ସମସ୍ୟା ସମ୍ପର୍କରେ ଅବଗତ କରି ବିଫଳ ହୋଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ