ଦେଶ ବିଦେଶ ମନୋରଞ୍ଜନ

ପାନାମା ପେପର୍‌ ଲିକ୍‌ ମାମଲାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଇ.ଡି. ସମନ୍‌

ମୁମ୍ବାଇ: ପାନାମା ପେପର୍‌ ଲିକ୍‌ ମାମଲାରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇ.ଡି.) ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍‌ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର୍ଯ୍ୟା ଇ.ଡି. କାର୍ଯ୍ୟାଳୟରେ ହାଜର ହେବେ।

କିନ୍ତୁ, ଅନ୍ୟ ଏକ ରିପୋର୍ଟ ଅନୁସାରେ, ଜେରା ପାଇଁ ହାଜର ହେବାକୁ ଐଶ୍ବର୍ଯ୍ୟା ଆଉ ଏକ ତାରିଖ ପାଇଁ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ଇ.ଡି. ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କୁ ସମନ ଜାରି କରିଥିଲା। କିନ୍ତୁ, ପରେ ଇ.ଡି.ରେ ହାଜର ହେବେ ବୋଲି ଐଶ୍ବର୍ଯ୍ୟାୟ ଅନୂନ ଦୁଇଥର ଅନୁରୋଧ କରିଥିଲେ

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ଉପରୋକ୍ତ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌୨୦୨୦’ରେ ଆର୍ଥିକ ଅପରାଧ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ପାନାମା ପେପର୍‌‌ ହେଉଛି ୨୦୧୬ ଏପ୍ରିଲ୍‌ରେ ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍‌ର ଗୁପ୍ତ ଦଲିଲପତ୍ର। ଏହା ଲିକ୍‌ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା।

ଲିକ୍‌ ହୋଇଥିବା କିଛି ଦଲିଲପତ୍ରରେ ରହିଛି ୧୯୭୦ ଦଶକର ତଥ୍ୟାବଳୀ ଯାହାକ, ‘ପାନାମିଆନ୍‌ ଅଫ୍‌ସୋର୍‌ ଲ’ ଫାର୍ମ’ ଏବଂ କର୍ପୋରେଟ୍‌ ସେବା ଯୋଗାଣକାରୀ ‘ମୋଜାକ୍‌ ଫନ୍‌ସିକା’ ପ୍ରସ୍ତୁତ କରିଥିଲେ।

ଏହି ଦଲିଲ୍‌ରେ ରହିଛି ବିଶ୍ବର ସାମ୍ପ୍ରତିକ ଏବଂ ପୂର୍ବତନ ନେତା, ସରକାରୀ ଅଧିକାରୀ, ରାଜନେତା, ସେଲିବ୍ରିଟି ଏବଂ କର୍ପୋରେଟ୍‌ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ଆର୍ଥିକ ସୂଚନା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ