ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣି ଛାଡ଼ୁନି ଝାଡ଼ଖଣ୍ଡ, କୋଏଲ ନଦୀଶଯ୍ୟା ଶୁଖିଲା: ସହରରେ ଜଳ ସଙ୍କଟ ଆଶଙ୍କା

ରାଉରକେଲା: ପୂର୍ବ ବର୍ଷ ଅପେକ୍ଷା ଏଥର ତାତି ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ତାତି ନ ବଢ଼ୁନୁ ଏବେଠୁ ଶୁଖିଲାଣି କୋଏଲ ନଦୀର ଧାରା। ଉପର ମୁଣ୍ଡରେ ଝାଡ଼ଖଣ୍ଡ ନିର୍ମିତ ବ୍ୟାରେଜ୍ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବର୍ତ୍ତମାନ ‌ନଦୀର ଗୋଟିଏ ପାର୍ଶ୍ବରେ କ୍ଷୀଣ ଜଳଧାର ପ୍ରଭାବିତ ହେଉଥିଲା ବେଳେ ଅନ୍ୟପାର୍ଶ୍ବ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ଯେଉଁ ପାର୍ଶ୍ବରେ ଜଳଧାର ପ୍ରଭାବିତ ହେଉଛି, ତାହା ବି ଆଉ କିଛି ଦିନ ଭିତରେ ଶୁଖିଯିବାର ଆଶଙ୍କା ରହିଛି। ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ଏଥର ସହରରେ ପୁଣି ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ସହରକୁ ଆସୁଥିବା ଜଳର ମୁଖ୍ୟ ଉତ୍ସ ହେଉଛି କୋଏଲ, ଶଂଖ ଓ ବ୍ରାହ୍ମଣୀ ନଦୀ। ଶଂଖ ଓ ବ୍ରାହ୍ମଣୀର ପାଣି ରାଉରକେଲା ସିଭିଲଟାଉନସିପ୍‌, ବାସନ୍ତୀକଲୋନି, ଛେଣ୍ଡ କଲୋନି, ପାନପୋଷ, ସାରନଗରୀ, ଡେଲିମାର୍କେଟ ଆଦି ଅଞ୍ଚଳକୁ ଜଳ ଯୋଗାଣ ହୋଇଥାଏ। କୋଏଲନଦୀର ପାଣି ଇସ୍ପାତ ସହରାଞ୍ଚଳ, ଶକ୍ତିନଗର, କୋଏଲନଗର, ଝିରପାଣି, ଶକ୍ତିନଗର ଓ ହମିରପୁର ଆଦି ଅଞ୍ଚଳକୁ ଯୋଗାଣ ହୋଇଥାଏ। ଇସ୍ପାତ ସହରାଞ୍ଚଳବାସୀ ବ୍ରାହ୍ମଣୀନଦୀ ଅପେକ୍ଷା କୋଏଲ୍‌ନଦୀ ଉପରେ ବେଶି ନିର୍ଭରଶୀଳ।

ସହର ପାଇଁ ପାଖାପାଖି ୧୦୦୦ ଏମ୍‌ଏଲ୍‌ଡି (ମିଲିୟନ୍ ଲିଟର୍‌ ଦୈନିକ) ପାଣି ଦରକାର। ଏଥିରେ ରହିଛି ରାଉରକେଲା ଇସ୍ପାତ କାରଖାନାରେ ବ୍ୟବହୃତ ବିପୁଳ ପରିମାଣର ଜଳ। ତେବେ କେବଳ ପାନୀୟ ଜଳ ହିସାବକୁ ନେଲେ, ଏଥିରୁ ପ୍ରାୟ ୩୦% ପାଣି କେବଳ କୋଏଲ ନଦୀରୁ ଆସେ। ସେମିତି କୋଏଲ ନଦୀ ପାର୍ଶ୍ବକୁ ଲାଗିଥିବା ୫୦ରୁ ଅଧିକ ଗ୍ରାମବାସୀ ମଧ୍ୟ ଏହା ଉପରେ ନିର୍ଭର କରନ୍ତି। କହାଯାଉଛି କୋଏଲନଦୀରେ ନିର୍ମାଣାଧୀନ ବ୍ୟାରେଜ୍‌ ସଂପୂର୍ଣ୍ଣ ହେଲେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ଜଳକଷ୍ଟ ଦୂର ହେବ। କୋଏଲନଗର, ଜଗଦା, ଶକ୍ତିନଗର ସମେତ ଆର୍‌ଏମ୍‌ସିର ଅନ୍ୟ ପ୍ରମୁଖ ଅଞ୍ଚଳରେ ଆଉ ଜଳକଷ୍ଟ ରହିବ ନାହିଁ। ଏଥିସହ କୁଆରମୁଣ୍ଡା ପାର୍ଶ୍ବରେ ପାଖାପାଖି ୧୨୦୦ ହେକ୍ଟର ଚାଷଜମି ଜଳସେଚିତ ହେବ। ହେଲେ ଚାଲିଥିବା ବ୍ୟାରେଜ୍‌ କାମ କେବେ ସରିବ, କାହା ପାଖରେ ଉତ୍ତର ନାହିଁ। ଉଲ୍ଲେଖନୀୟ, ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଓ ଏହାର ଚତୁଃପାର୍ଶ୍ବରେ ପନିପରିବା ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ୨୦୧୩ ଜୁଲାଇ ମାସରେ ସେକ୍ଟର-୨୦ ବୈକୁଣ୍ଠ ଘାଟରେ ମୁଖ୍ୟମନ୍ତ୍ରୀ କୋଏଲ ବ୍ୟାରେଜ୍‌ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୬-୭ ବର୍ଷ ଯାଏ ବ୍ୟାରେଜ୍‌ ନିର୍ମାଣ ହୋଇ ନଥିଲା। ଏହାକୁ ବିଭିନ୍ନ ରାଜନୈତିକ ଦଳ ପ୍ରସଙ୍ଗ କରିଥିଲେ। ବିଧାନସଭାରେ ପୂର୍ବତନ ବିଧାୟକ ଦିଲୀପ ରାୟ ପ୍ରଶ୍ନ ଉଠାଇଥିଲେ। ଶେଷରେ କୋଏଲ ବ୍ୟାରେଜ୍‌ ନିର୍ମାଣକୁ ସବୁଜ ସଙ୍କେତ ମିଳିଥିଲା। ତେବେ ବିଭିନ୍ନ କାରଣରୁ ସେକ୍ଟର-୨୦ ବୈକୁଣ୍ଠ ଘାଟ ପରିବର୍ତ୍ତେ ସେକ୍ଟର-୧୬ ହମିରପୁର ପାର୍ଶ୍ବରେ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।