ଖେଳ

ପାଡିକଲ କୋହଲିଙ୍କୁ କହିଥିଲେ- ‘ଆପଣ ମ୍ୟାଚ୍ ଶେଷ କରନ୍ତୁ’, କିନ୍ତୁ ବିରାଟ ଦେଇଥିଲେ ମନ ଜିଣିଲା ଭଳି ଉତ୍ତର

ମୁମ୍ବାଇ, ୨୩।୦୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଦଳର ଓପନର୍ ଦେବଦତ୍ତ ପାଡିକଲଙ୍କୁ ପ୍ରଶଂସା କରିଛନ୍ତି । ପାଡିକଲ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୧୦୧ ରନ୍ କରିଥିଲେ । ଏହି ପାଳି ବଳରେ ଆରସିବି ଆଇପିଏଲ-୨୦୨୧ରେ ଲଗାତର ଚତୁର୍ଥ ବିଜୟ ହାସଲ କରିଛି ।

ବିରାଟ ମ୍ୟାଚ୍ ପରେ କହିଥିଲେ ଯେ, ଏହି ମ୍ୟାଚ୍ ବହୁତ ଭଲ ଥିଲା । ପାଡିକଲ ଗତ ସିଜିନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ପାଡିକଲଙ୍କୁ ୪୦-୫୦ ରନ୍ କରିବା ପାଇଁ କହିଥିଲେ । କିନ୍ତୁ ପାଡିକଲ ବଡ ପାଳି ଖେଳିଥିଲେ । ସେ ଜଣେ ଭଲ ଖେଳାଳି । ଭବିଷ୍ୟତରେ ଭଲ ଖେଳିବେ । ଯେତେବେଳେ ପାଡିକଲ ଶତକ ନିକଟତର ଥିଲେ ସେ ତାଙ୍କୁ ମ୍ୟାଚ୍ ଶେଷ କରିବାକୁ କହିଥିଲେ । ଏହା ସେ କରିପାରିଥାନ୍ତେ ଯଦି ଏହା ତାଙ୍କର ପ୍ରଥମ ଶତକ ହୋଇନଥାନ୍ତା ବୋଲି କୋହଲି କହିଥିଲେ ।ଆରସିବି ପାଖରେ କୌଣସି ବଡ ବୋଲର ନାହାଁନ୍ତି କିନ୍ତୁ ଦଳର ବୋଲିଂ ଭଲ ଥିବା କହିଛନ୍ତି ଆରସିବି ଅଧିନାୟକ । ଦଳ ୪ଟି ମ୍ୟାଚରେ ଭଲ କରିଛି । ଡେଥ୍ ଓଭରରେ ମଧ୍ୟ ୩୦ରୁ ୩୫ ରନ୍ ବଞ୍ଚାଇଛି ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ଦେବଦତ୍ତ ପାଡିକଲ କହିଥିଲେ ଯେ, ଏହି ଇନିଂସ ତାଙ୍କ ପାଇଁ ବହୁତ ଖାସ୍ ଥିଲା । ସେ ପ୍ରଥମ ମ୍ୟାଚ୍ ଖେଳିପାରି ନଥିଲେ । ଶତକ ନିକଟତର ହୋଇଥିଲେ ବି ଚାପ ନଥିଲା । କାରଣ ନିଜ ଶତକ ଅପେକ୍ଷା ଦଳର ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ଏହି ମ୍ୟାଚରେ କୋହଲି ୭୨ ରନ୍ କରିଥିଲେ । ପ୍ରଥମେ ସେ ଧିମା ବ୍ୟାଟିଂ କରିଥିଲେ ଓ ପାଡିକଲଙ୍କୁ ବଡ ସଟ୍ ଖେଳିବାକୁ ସୁଯୋଗ ଦେଇଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ