ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାଟନାରେ ଆଜି ବିରୋଧୀ ନେତାଙ୍କ ବୈଠକ: ଚର୍ଚ୍ଚାରେ ପୋଷ୍ଟର ୱାର୍‌

ପାଟନା: ପାଟନାରେ ବହୁ ପ୍ରତିକ୍ଷୀତ ବିରୋଧୀ ଦଳ ନେତାଙ୍କ ବୈଠକ ଆଜି ହେବ। ୧୮ଟି ବିରୋଧୀ ଦଳର ବରିଷ୍ଠ ନେତାମାନେ ଉକ୍ତ ବୈଠକରେ ଯୋଗ ଦେବାପାଇଁ ସ୍ପଷ୍ଟ କରି ସାରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଅନ୍ତର୍ଗତ ଆଜି ପ୍ରଥମ ବୈଠକ ହେବାକୁ ଯାଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଇତିମଧ୍ୟରେ ବୈଠକ ପାଇଁ ନେତାମାନେ ଆଗୁଆ ପାଟନାରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍‌ସିପି ନେତା ଶରଦ ପାୱାର, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫ୍‌ତି, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌‌ କେ ଷ୍ଟାଲିନ ପ୍ରମୁଖ ଏହି ବୈଠକରେ ଯୋଗ ଦେବେ।

ବୈଠକ ପୂର୍ବରୁ ପାଟନାରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ବିହାରରେ ବିରୋଧୀ ନେତାଙ୍କୁ ସ୍ବାଗତ କରି ପୋଷ୍ଟର ଲାଗିଛି। ରାଜ୍ୟ ମୁଖ୍ୟାଳୟ ରାସ୍ତାରେ ଗାନ୍ଧୀ ଏବଂ ଖଡ଼ଗେଙ୍କ ଫଟୋ ଥିବା ପୋଷ୍ଟର ଲାଗିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଫଟୋ ସହ ସମାଜବାଦୀ ପାର୍ଟିର ପୋଷ୍ଟର ଲାଗିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀ, ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ସ୍ବାଗତ କରି ପୋଷ୍ଟର ଲଗାଯାଇଛି। ଅନ୍ୟପକ୍ଷେ ବିଜେପି ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ୍‌ କରି ପୋଷ୍ଟର ଲଗାଇଛି। ବିଜେପିର ଗୋଟିଏ ପୋଷ୍ଟରରେ ନୀତୀଶ କୁମାରଙ୍କ କାର୍ଟୁନ ରହିଛି। ଏଥିରେ ନୀତୀଶ ଲାଲୁଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ଏବଂ ଏହାର ସ୍ଲୋଗାନ ରହିଛି ‘ମିଟ୍ଟି ମେ ମିଲ ଜାଏଙ୍ଗେ ଲେକିନ ଇନକେ ସାଥ ନହିଁ ଯାଏଙ୍ଗେ..’ । ଅନ୍ୟ ଏକ ପୋଷ୍ଟର‌ରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ନୀତୀଶଙ୍କୁ କହୁଛନ୍ତି, ‘ଆଜା ମେରୀ ଗୋଦୀ ମେ ବୈଠ ଯା’। ତେବେ ଆପ୍‌ ପକ୍ଷରୁ ଲଗାଯାଇଥିବା ଏକ ପୋଷ୍ଟର୍‌ରେ ମୋଦୀ ଓ ନୀତୀଶଙ୍କ ଫଟୋ ରହିଛି ଏବଂ ନୀତୀଶଙ୍କୁ ମୋଦୀଙ୍କ ଖାସ୍‌ ବ୍ୟକ୍ତି ବୋଲି କୁହାଯାଇଛି। ଏହି ପୋଷ୍ଟର୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦେଶର ଭାବି ପ୍ରଧାନମନ୍ତ୍ରୀ ବୋଲି ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟର୍‌ ଜେଡିୟୁର ଅଡ଼ୁଆ ବଢ଼ାଇ ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ