ରାଜନୀତି ରାଜ୍ୟ

ପାଟକୁରା ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇଲେ ବିଜୟଙ୍କ ପୁଅ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କେନ୍ଦ୍ରାପଡ଼ା/ଗରଦପୁର :  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଗରଦପୁର ବ୍ଲକ୍ ଅଫିସ୍‌ ଆଗରେ ପ୍ରତିବାଦ ସଭା କରିଛନ୍ତି। ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଚୟନ, ରାସନକାର୍ଡରେ ନୂତନ ନାମ ସଂଯୋଗ ଦାବି କରିବା ସହିତ ବ୍ଲକ୍‌ରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଏହି ଆନ୍ଦୋଳନ କରିଛନ୍ତି। କିନ୍ତୁ ସ୍ବାଭିମାନ ମଂଚ ଲେଖା ଥିବା ପ୍ରଚାର ଗାଡ଼ିରେ ଆସି ସ୍ବାଧୀନ ବ୍ୟାନର୍‌ରେ ଅରବିନ୍ଦଙ୍କ ଏପ୍ରକାର ଆନ୍ଦୋଳନ ପାଟକୁରା ରାଜନୀତିକୁ ସରଗରମ କରିଛି।

ଗଲା ଜାନୁଆରି ୮ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀର ତିକନପୁରରେ ବିଜୟ ଯେଉଁ ବଂଧୁମିଳନ ସମାବେଶ ଆୟୋଜନ କରିଥିଲେ, ସେଥିରେ ଅରବିନ୍ଦ ସାମିଲ୍‌ ହୋଇ ରାଜନୀତି କରିବେ ବୋଲି ଖୋଲାଖୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ ା କିନ୍ତୁ ଦଳ ସଂପର୍କରେ ମୁହଁ ନ ଖୋଲି ତିନି ମାସ ଭିତରେ ସବୁ ସ୍ପଷ୍ଟ ହେଇଯିବ ବୋଲି କହିଥିଲେ ା ବିଜୟ କିନ୍ତୁ ୨୦୨୪ ନିର୍ବାଚନରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ସଂକେତ ଦେଇଥିଲେ ା ବିଜୟଙ୍କ ଏପ୍ରକାର ସଂକେତ ଆଉ ଆଜି ତାଙ୍କ ପୁଅ ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ ସ୍ବରୂପ ସ୍ବାଧୀନ ବ୍ୟାନର୍‌ରେ ଗରଦପୁର ବ୍ଲକ୍ ଆଗରେ ପ୍ରତିବାଦ ସଭା କରିବା କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସରପଂଚ ଗୋଲଖ ବହାରୀ ସ୍ବାଇଁ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୁବନେତା ଅରବିନ୍ଦ ଉଦ୍‌ବୋଧନରେ ବ୍ଲକ୍ ସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌ରେ ଦୁର୍ନୀତି ହେଉଛି। ଶହ ଶହ ଯୋଗ୍ୟ ହିତାଧିକାରୀ ଚାଳ ଘରେ ରହୁଛନ୍ତି ା ସେମାନଙ୍କୁ ତୁରନ୍ତ ଘର ଦିଆଯାଉ। ୨୩ବର୍ଷରୁ ଅଧିକ ହେବ ସରକାର କ୍ଷମତାରେ ଥାଇ ମଧ୍ୟ ଏତେ ଦୁର୍ନୀତି କିଭଳି ହେଉଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇବା ସହିତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ୍‌ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ା

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର