ନୂଆଦିଲ୍ଲୀ ୧୭।୦୯: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍ । ଆଉ କିଛି ଦିନ ପରେ ସାରା ବିଶ୍ୱ ଦେଖିବ ଫଟାଫଟ କ୍ରିକେଟ୍ ବିଶ୍ୱକପ୍ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୨ । ଏହାପୂର୍ବରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ ଦେଶ ନିଜ ନିଜ ୧୫ ଜଣିଆ ଟିମ୍ ଘୋଷଣା କରିସାରିଲେଣି । କିନ୍ତୁ ଏପରି କିଛି ଦେଶ ଅଛନ୍ତି । ଯେଉଁମାନେ କି ଏବେ ଯାଏଁ ନିଜ ନିଜ ଟିମ୍ ଘୋଷଣା କରିନାହାନ୍ତି ।
ଆଇସିସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ଅନେକ ଦେଶ ନିଜର ଟିମ୍ ଘୋଷଣା କରିସାରିଛନ୍ତି । କେବଳ ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଆୟରଲ୍ୟାଣ୍ଡ, ୟୁଏଇ ନିଜର ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା କରିନାହାନ୍ତି । ଏସିଆ କପ୍ ୨୦୨୨ର ବିଜେତା ଶ୍ରୀଲଙ୍କା ମଧ୍ୟ ନିଜ ଘୋଷଣା କରିସାରିଛି । ସେପଟେ ପାକିସ୍ତାନ ମଧ୍ୟରେ ନିଜର ୧୫ଜଣିଆ ଟିମ୍ ଘୋଷଣା କରିସାରିଛି ।
ତେବେ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୨୦ ତାରିଖ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜ ଟିମ୍ ଘୋଷଣା କରିବାର ସମ୍ଭାବନା ରହିଛି । ଏଥିପାଇଁ ନ୍ୟୁଜିଲାଣ୍ଡ ବୋର୍ଡ ଆଇସିସିକୁ ସମୟ ମଧ୍ୟ ମାଗିସାରିଛି । ବିଶ୍ୱକପ୍ ବିଜେତା ଦାବିଦାର ଦୌଡରେ ଥିବା ଏହି ଟିମ୍ର ୧୫ଜଣିଆ ସଦସ୍ୟ କିପରି ହେଉଛି । ତାହା ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି ।
ସେହିପରି ଚଳିତ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ବୋର୍ଡ ନିଜର ୧୫ଜଣିଆ ଟିମ୍ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ । ସେପଟେ ଟିମ୍କୁ ଫେରିଛନ୍ତି ଦ୍ରୁତ ବୋଲର ଜସ୍ପ୍ରୀତ୍ ବମ୍ରାହ ଓ ହର୍ଷଲ ପଟେଲ୍ ।