ଅପରାଧ ରାଜ୍ୟ

ପାକିସ୍ତାନ: ବିପଦରେ ଇମ୍ରାନ ଖାନଙ୍କ ଜୀବନ, ଶହବାଜ ସରକାର ପ୍ରତ୍ୟାହାର କଲେ ସୁରକ୍ଷା

ଇସ୍ଲାମାବାଦ ୪।୬: ସଂକଟଗ୍ରସ୍ତ ପାକିସ୍ତାନର ଶହବାଜ ଶରିଫ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନରେ ରାଜନୀତି ଆରମ୍ଭ ହୋଇଯାଇଛି। ନିଜେ ଶହବାଜ ସରିଫ ଏପ୍ରିଲ ୨୧ରେ ଇମ୍ରାନଙ୍କ ସୁରକ୍ଷା କମ୍‌ କରାଯିବ ନାହିଁ ବୋଲି କହିଥିଲେ। ହେଲେ ସରକାରକୁ ଦେଢ ମାସ ନ ପୁରୁଣୁ ଶହବାଜ ସରିଫ ତାଙ୍କ ବୟାନରୁ ଓହରି ଯାଇଛନ୍ତି।

ସୁରକ୍ଷା ପ୍ରତ୍ୟାହାରକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟକୁ ମରିୟମ ନୱାଜ ମଧ୍ୟ ଘୋଷଡା ହେଲେଣି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ ନେତା ଶହବାଜ ଗିଲ ଏକ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ସରିଫଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଦେଶରେ ଯେତେବେଳେ ମରିୟମ ନୱାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭଳି ସୁରକ୍ଷା ଯୋଗାଇ ଦିଆଯାଉଛି ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତ୍ୟହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ଗିଲ ଇମ୍ପୋର୍ଟେଡ ସରକାରଙ୍କ ଶସ୍ତା ରାଜନୀତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଇମ୍ରାନ ଖାନଙ୍କୁ ମିଳିଥିବା ଧମକ୍ ରେ ସେତେବେଳେ ତାଙ୍କୁ ଫୁଲ ପ୍ରୁଫ ସୁରକ୍ଷା ଯୋଗାଇ ଦେବାକୁ ଶହବାଜ ସରିଫ ନିର୍ଦ୍ଦେଶ ଦେଇଥିଲେ। ଇମ୍ରାନଙ୍କ ଲାହୋର ରାଲି ବେଳେ ସୁରକ୍ଷା ଏଜେନ୍ସୀମାନେ ସୁରକ୍ଷାକୁ ନେଇ ଆଲର୍ଟ ଜାରି କରିଥିଲେ। ହେଲେ ଏବେ ସୁରକ୍ଷା ହଟାଇ ନିଆଯାଇଥିବାରୁ ଇମ୍ରାନଙ୍କ ଲାଗି ବିପଦ ବଢି ଯାଇଥିବାର ଆଶଙ୍କା କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।