ଖେଳ ଦେଶ ବିଦେଶ

ପାକିସ୍ତାନ ବିପକ୍ଷରେ କେମିତି ରହିବ ଭାରତର ବ୍ୟାଟିଂ କ୍ରମ ? ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ସ୍ପଷ୍ଟ ହେବ ଚିତ୍ର

ଦୁବାଇ : ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ। ସମଗ୍ର ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏହି ମହା ମୁକାବିଲା ଉପରେ ରହିଛି। ପାକିସ୍ତାନୀ ବୋଲିଂ ଆକ୍ରମଣ ଏବଂ ୟୁଏଇର ଓ୍ଵିକେଟ୍‌କୁ ଦୃଷ୍ଟିରେ ରଖି ଭାରତର ବ୍ୟାଟିଂକ୍ରମ କେମିତି ରହିବ, ଏହା ଭାରତର ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ସ୍ଥିର ହୋଇଯିବ। ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ ବୁଧବାର ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏହି ମୁକାବିଲାରେ ଭାରତ ନିଜର ବ୍ୟାଟିଂକ୍ରମକୁ ଅନ୍ତିମ ରୂପ ଦେବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।

ଇଂଲଣ୍ଡ ବିପକ୍ଷ ସୋମବାର ଅଭ୍ୟାସ୍ ମ୍ୟାଚ୍ ପୂର୍ବରୁ କୋହଲି କହିଥିଲେ, ଶୀର୍ଷ ୩ ସ୍ଥାନ ସ୍ଥିର ହୋଇ ସାରିଛି। ରୋହିତ ଶର୍ମା ଓ ଲୋକେଶ ରାହୁଲ ଇନିଂସ ଓପନ କରିବେ। ତୃତୀୟରେ ସେ ନିଜେ ବ୍ୟାଟିଂ କରିବେ। ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଇଶାନ କିଶନ ୭୦ ରନର ଇନିଂସ ଖେଳି ଚୂଡାନ୍ତ ଏକାଦଶରେ ନିଜର ଦାବିଦାର ଆହୁରି ମଜବୁତ କରିଛନ୍ତି। ଋଷଭ ପନ୍ତ(ଅପରାଜିତ ୨୯)ଙ୍କ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ପଠାଯାଇଥିଲା। ଏବେ ଦେଖିବା ବାକି ରହିଲା ଯେ, ବୁଧବାର ତାଙ୍କୁ କେଉଁ କ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯିବ।

ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ହାର୍ଦ୍ଦିକ ପାଣ୍ଡ୍ୟା

ସବୁଠୁ ଅଧିକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜାରି ରହିଛି। ସେ ବୋଲିଂ କରୁ ନାହାନ୍ତି ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ପୂରା ଫିଟନେସ୍ ଥିବା ପରି ଲାଗୁନଥିଲା। ଏବେ ଦେଖିବା ବାକି ରହିଲା ଯେ, ଭାରତୀୟ ଦଳ ପ୍ରବନ୍ଧକଙ୍କ କଣ ହାର୍ଦ୍ଦିକଙ୍କୁ ବ୍ୟାଟସମ୍ୟାନ ଭାବେ ମଇଦାନକୁ ଓହ୍ଲାଇବେ। ହାର୍ଦ୍ଦିକ ବୋଲିଂ ନକଲେ ଦଳକୁ ଷଷ୍ଠ ବୋଲରଙ୍କ ଅଭାବ ନିଶ୍ଚିତ ଭାବେ ଅନୁଭୂତ ହେବ। ଭୁବନେଶ୍ଵର କୁମାର ଫର୍ମରେ ନଥିଲେ ବି ସେ ବଡ ମ୍ୟାଚ୍‌ର ବଡ ଖେଳାଳି। ଅନ୍ୟପଟେ ଭାରତୀୟ ଦଳର ଟ୍ରମ୍ପ କାର୍ଡ ଯଶପ୍ରୀତ ବୁମରା ନିଜର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି।

ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ରାହୁଲ ଚହର ମଧ୍ୟ ଅଧିକ ରନ ଦେଇଥିଲେ। ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ଖେଳାଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ