ଖେଳ ଦେଶ ବିଦେଶ

ପାକିସ୍ତାନ ଦଳରେ ଚାଲିଛି କି ମତଭେଦ ? ବାବର-ରିଜୱାନ୍‌ଙ୍କୁ କାହିଁକି ସ୍ୱାର୍ଥପର କହିଲେ ଶାହିନ୍ ଆଫ୍ରିଦି

ନୂଆଦିଲ୍ଲୀ ୨୩/୦୯: ଗୁରୁବାର କରାଚିରେ ଖେଳାଯାଇଥିବା ଟି -20 ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୨୦୦ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଧିନାୟକ ବାବର ଆଜାମ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଧୂଆଁଧାର ବ୍ୟାଟିଂ କରିଥିଲେ । କୌଣସି ୱିକେଟ୍ ନହରାଇ ୧୯.୩ ଓଭରରେ ୨୦୩ ରନ୍ ସ୍କୋର କରି ପାକିସ୍ତାନ ଦଳ ଏହି ମ୍ୟାଚ ଜିତିଥିଲା ।

ତେବେ ମ୍ୟାଚ୍ ପରେ ଆହତ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଟ୍ୱିଟ୍ କରି ରଖିଥିଲେ ପ୍ରତିକ୍ରିୟା । ଶାହିନଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବାବର ଏବଂ ରିଜୱାନଙ୍କ ବିରୋଧରେ କିଛି ଲେଖିଥିଲେ । ସେ ସିଧାସଳଖ କହିଥିଲେ ଏବେ ସମୟ ଆସିଯାଇଛି ଏମାନଙ୍କୁ ସାଇଡ୍ କରିବାର । ଉଭୟ ହେଉଛନ୍ତି ସେଲଫିସ୍ ଖେଳାଳୀ । ଯଦି ସଠିକ୍ ଭାବେ ଖେଳିଥାନ୍ତେ ତେବେ ମ୍ୟାଚ୍ ୧୫ ଓଭରରେ ଶେଷ ହୋଇଥାନ୍ତା । ହେଲେ ସେମାନେ ଶେଷ ଓଭର ପର୍ଯ୍ୟନ୍ତ ଖେଳିଲେ । ଆସ ଆମେ ସବୁ ଏକଜୁଟ୍ ହେବା ତାଙ୍କ ବିରୋଧରେ ଆନ୍ଦୋଳନ କରିବା ।

ଯଦି କେହି ଶାହିନ୍ ଆଫ୍ରିଦିଙ୍କ ଟ୍ୱିଟ୍ ପଢିବେ, ତେବେ ସେ ଆଶ୍ଚର୍ଯ୍ୟ ହେବେ ଯେ ଶାହିନ୍ କ’ଣ କହିବାକୁ ଚାହୁଁଛନ୍ତି । ଯାହା ଜଣାପଡୁଛି ପାକିସ୍ତାନ ଦଳରେ ଠିକ୍ ଠାକ୍ ଚାଲୁନି । କିନ୍ତୁ ଏହି ଟ୍ୱିଟରେ ଆଫ୍ରିଦି ଏକ ଲେଖା ଲେଖିଛନ୍ତି, ଯାହା ପୁରା ଘଟଣା ଜଣାପଡୁଛି । ଶାହିନ୍ ତାଙ୍କ ପୋଷ୍ଟର ଶେଷରେ ଲେଖିଛନ୍ତି, ‘ଏହି ଚମତ୍କାର ପାକିସ୍ତାନୀ ଦଳ ପାଇଁ ଆମେ ଗର୍ବୀତ ।

ଏହାର ଅର୍ଥ ହେଉଛି ଯେ ବାବର ଆଜାମ ଏବଂ ରିଜୱାନଙ୍କ ଷ୍ଟ୍ରାଇକ ହାର ଉପରେ ପ୍ରଶ୍ନ କରୁଥିବା ସମାଲୋଚକମାନଙ୍କୁ ଶାହିନ୍ ଏକ ଉପଯୁକ୍ତ ଉତ୍ତର ଦେଉଥିଲେ । ଯେହେତୁ ପାକିସ୍ତାନ ଦଳର ଭାର ସମ୍ପୂର୍ଣ୍ଣ ଭାବେ ବାବର-ରିଜୱାନଙ୍କ କାନ୍ଧରେ ରହିଛି । ଏଭଳି ପରିସ୍ଥିତିରେ ଉଭୟ ଖେଳାଳି ଓପନିଂକୁ ଆସି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରହିବାର ଦାୟିତ୍ୱ ନେବା ଉଚିତ୍ । ସୂଚନା ଥାଉକି, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବାବର ଆଜମ ୬୬ ଟି ବଲରୁ ୧୧୦ ରନ କରି ଗୋଟିଏ ଇନିଂସ ଖେଳିଥିଲେ । ଟି -20 ଇଣ୍ଟରନ୍ୟାସନାଲରେ ଏହା ତାଙ୍କର ଦ୍ୱିତୀୟ ଶତକ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ