ଖେଳ ଦେଶ ବିଦେଶ

ପାକିସ୍ତାନ କ୍ରିକେଟର ଟୁଇଟ କରି କୋହଲିଙ୍କୁ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅଧିନାକ ପଦ ଛାଡିବା ପରେ ଚକିତ ହୋଇଯାଇଛନ୍ତି କୋହଲିଙ୍କ ଫ୍ୟାନ । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ତେବେ କୋହଲିଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତ ନୁହେଁ ଅନ୍ୟ ଦେଶର ଖେଳାଳି ମଧ୍ୟ ଭାବୁକ ହୋଇଛନ୍ତି । ବିରାଟଙ୍କ ଅଧିନାୟକ ପଦ ଛାଡିବାକୁ ନେଇ ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର ଟ୍ୱିଟ କରିଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି, ଭାଇ ତମେ ହିଁ ନୂଆ ପୀଢି ପାଇଁ ସଚ୍ଚୋଟ ଲିଡର । ମୈଦାନ ଭିତରେ ଓ ବାହାରେ ତମେ ଏମିତି ହିଁ ସମସ୍ତଙ୍କ ହୃଦୟ ଜିତୁଥାଅ । ତେବେ କେବଳ ମହମ୍ମଦ ଆମିର ନୁହେଁ ଅନ୍ୟ ବିଦେଶୀ ଖେଳାଳି ମଧ୍ୟ ବିରାଟଙ୍କୁ ତାଙ୍କ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ତ୍ତମାନ ମହମ୍ମଦ ଆମିର ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁନାହାନ୍ତି । ସେ ବିଭିନ୍ନ ଲିଗ୍ ମ୍ୟାଚରେ ବାଗ ନେଉଛନ୍ତି । ଖୁବ ଶୀଘ୍ର ସେ ପାକିସ୍ତାନ ସୁପର ଲିଗ ମଧ୍ୟ ଖେଳୁଥିବାର ନଜର ଆସିବେ । ବିରାଟ କୋହଲି ୨୦୧୭ ଚାମ୍ପିୟନ୍ସ ଟ୍ରଫି ସମୟରେ ଆମିରଙ୍କୁ ଏକ ବ୍ୟାଟ ଗିଫ୍ଟ କରିଥିଲେ । ଯାହାର ଫୋଟ ଖୁ ଭାଇରାଲ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ