ଦେଶ ବିଦେଶ ମନୋରଞ୍ଜନ

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ରଣବୀରଙ୍କ ଫଟୋ ହୋଇଥିଲା ଭାଇରାଲ୍, ଅଭିନେତା କହିଥିଲେ ଏମିତି କଥା

ମୁମ୍ବାଇ ୨।୫: ଅଭିନେତା ରଣବୀର କପୁର ଗତ ମାସରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଛନ୍ତି । ଆଲିଆଙ୍କୁ ନିଜ ଜୀବନସାଥୀ କରିବା ଆଗରୁ ତାଙ୍କ ଜୀବନରେ ଅନେକ ଆସିଥିଲେ । ଏମିତିକି କିଛି ଜଣଙ୍କ ସାହ ତାଙ୍କ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ।

ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ମାହିରା ଖାନ୍‌ଙ୍କ ଫ୍ୟାନ୍ ଏବଂ ଫଲୋୟର୍ସ ବହୁତ ଅଧିକ । ମାହିରା ବଲିଉଡ୍ ଫିଲ୍ମ ‘ରୟିସ’ରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କର ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ପାକିସ୍ତାନୀ ଦର୍ଶକଙ୍କ ପାଇଁ ମାହିରା ଅନେକ ଫିଲ୍ମ କରିସାରିଛନ୍ତି । ରଣବୀର କପୁରଙ୍କ ସହ ତାଙ୍କର କିଛି ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ସୋଲିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା ।

ଅଭିନେତ୍ରୀ ମାହିରା ଖାନ୍ ନ୍ୟୁୟର୍କରେ ରଣବୀର କପୁରଙ୍କ ସହ ସ୍ପଟ୍ ହୋଇଥିଲେ । ସେହି ସମୟରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଫଟୋରେ ଉଭୟ ସିଗାରେଟ୍ ଟାଣୁଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମାହିରା ଏବଂ ରଣବୀରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଫଟୋ ସହ ରଣବୀରଙ୍କ ବାପା ଦିବଂଗତ ଅଭିନେତା ଋଷି କପୁରଙ୍କ ପ୍ରତିକ୍ରିୟା ମଧ୍ୟ ଭାଇରାଲ୍ ହୋଇଥିଲା ।

ଋଷି କପୁର କହିଥିଲ ଯେ, ରଣବୀର ଜଣେ ଯୁବ ଅଭିନେତା । ସେ କାହାକୁ କେଉଁଠାରେ ବି ଭେଟିପାରିବ । ଅଭିନେତା ଏହା ମଧ୍ୟ କହିଥିଲେ ଯେ, ଏହି ଫଟୋ ସେ ଟ୍ବିଟରରେ ଦେଖିଥିଲେ । କାରଣ ସେ ଅନ୍ୟ ସୋସିଆଲ ମିଡିଆ ସାଇଟ୍‌ରେ ନାହାନ୍ତି । ରଣବୀର କହିଥିଲେ, ସେ ଅବିବାହିତ ଏବଂ ଜଣେ ଅବିବାହିତ କୌଣସି ଯୁବତୀଙ୍କୁ ଭେଟିପାରିବ । ଏହାର ଅର୍ଥ ନୁହେଁ ଯେ ଉଭୟ ଉଭୟଙ୍କୁ ଡେଟ୍ କରୁଛନ୍ତି । ଯଦି ସେମାନେ ଡେଟ୍ କରୁଥାନ୍ତି ତେବେ ମୁମ୍ବାଇରେ ସମସ୍ତଙ୍କୁ ଏହା ଜଣାଥାନ୍ତା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ