ପେଶାଓ୍ୱାର ୦୨/୦୨: Dawn ରିପୋର୍ଟ ମୁତାବକ ପାକିସ୍ତାନର ଅନେକ ଫାର୍ମାସିରେ ଉପଲବ୍ଧ ହେଉନି ପାରାସିଟାମୋଲ ଟାବଲେଟ୍ । ଫଳରେ କଳା ବଜାରୀରେ ବିକ୍ରି ହେଉଥିବା ଜଣାଯାଇଛି । ଡ୍ରଗ୍ ରେଗୁଲେଟୋରୀ ଅଥରିଟି ଅଫ୍ ପାକିସ୍ତାନ (DRAP)ର ଜଣେ ଅଧିକାରୀ ଗୋଟିଏ ପଟେ କରୋନା ସଂକ୍ରମଣ ବ୍ୟାପିଛି । ଅନ୍ୟ ପଟେ ଡେଙ୍ଗୁ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି ।
ଏହାରି ଭିତରେ ପାରାସିଟାମୋଲର ଅଭାବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଡ୍ରାପ ମଙ୍ଗଳବାର ଦିନ ୧୫ ଲାଇସେନ୍ସ ପ୍ରାପ୍ତ ଫାର୍ମାସିକୁ ସୋ କଜ୍ ନୋଟିସ୍ ଜାରି କରିଛି । ଯେଉଁମାନେ କି ପାରାସିଟାମୋଲ ଉତ୍ପାଦନ କରିବାରେ ବିଫଳ ହୋଇଛନ୍ତି । ସୂଚନା ଥାଉକି, ବର୍ତ୍ତମାନେ ପାକିସ୍ତାନରେ କୋଭିଡ -19 ପଞ୍ଚମ ଲହରର ଚାଲିଛି ।
ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୦୦,୦୦୦ ଅତିକ୍ରମ କରିଛି । ପାକିସ୍ତାନର ଜାତୀୟ ପଜିଟିଭିଟି ରେଟ୍ ୯.୬୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର (NCOC) ସାରା ଦେଶରେ ୩୨ଜଣଙ୍କ ମୃତ୍ୟୁ ରେକର୍ଡ କରିଛି।